ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ…

add-all

eee

ମାଲାୟାଲାମ୍ ଟେଲିଭିଜିନ ଓ ଫିଲ୍ମ ଅଭିନେତ୍ରୀ ରେଞ୍ଜୁଶା ମେନନ (୩୫)ଙ୍କ ଝୁଲନ୍ତା ମୃତଦେହ ଥିରୁଅନନ୍ତପୁରମସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଛି।

ରେଞ୍ଜୁଶାଙ୍କ ମୃତଦେହ ବେଡ୍‌ ରୁମ୍‌ରେ ଝୁଲି ରହିଥିଲା। ଏକ ଶାଢ଼ୀରେ ସେ ଝୁଲି ରହିଥିଲେ। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ମାମଲା ବୋଲି ଜଣାପଡ଼ିଛି। ତେବେ ଏହାର କାରଣ ସମ୍ପର୍କରେ କିଛି ଜଣାପଡ଼ିନି।

ସ୍ୱାମୀ ମନୋଜଙ୍କ ସହିତ ରେଞ୍ଜୁଶା ଏହି ଘରେ ରହୁଥିଲେ। ମନୋଜ ମଧ୍ୟ ଜଣେ ଅଭିନେତା। ସେ ଟେଲିଭିଜନ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ।

ମାଲାୟାଲାମ୍ ମନୋରଞ୍ଜନ ଇଣ୍ଡଷ୍ଟ୍ରୀରେ ରେଞ୍ଜୁଶା ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ଉଭୟ ଟେଲିଭିଜନ ଓ ଚଳଚ୍ଚିତ୍ରରେ ସେ ସପୋର୍ଟିଂ ରୋଲ୍‌ରେ ଅଭିନୟ କରୁଥିଲେ।

ପୁଲିସ୍ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ad-week
Leave A Reply

Your email address will not be published.