ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ…

add-all

court

ଭୁବନେଶ୍ୱର: ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ କୋରିମିଲି ଭେଙ୍କଟ ଶ୍ରୀନିବାସ। ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ। ଏୟାରଫୋର୍ସ ଗ୍ରୁପ କ୍ୟାପିଟେନ ଥିଲେ ଶ୍ରୀନିବାସ। ଜଣେ ୧୩ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୁକ୍ତଙ୍କ ନାଁରେ ଅଭିଯୋଗ ଆସିଥିଲା।

ସୂଚନା ଅନୁସାରେ ବମୀଖାଲ ଅଞ୍ଚଳରେ ଘରେ କେହି ନଥିବା ବେଳେ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଜୁନ ୨୮ ତାରିଖରେ ଲକ୍ଷ୍ମୀସାଗର ଥାନାରେ ମାମଲା ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ୨ ଥର ରାଜ୍ୟ ବାହାରକୁ ଯାଇଥିଲା। କିନ୍ତୁ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲେ ବାୟୁସେନା ଅଧିକାରୀ। ତେବେ ଅଭିଯୁକ୍ତ ଜଣଙ୍କ ଜାମିନ ପାଇଁ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଜାମିନ ନାମଞ୍ଜୁର ହେବା ପରେ ଆଜି ଭୁବନେଶ୍ୱର ଜେଏମଏଫସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ।

ad-week
Leave A Reply

Your email address will not be published.