ସାଇକେଲ ଶୋଭାଯାତ୍ରା ବେଳେ ହୃଦ୍‌ଘାତ, ଟଳି ପଡ଼ିଲେ ନେତା…

add-all

reerw

ରାଲି ବେଳେ ଟଳି ପଡିଲେ ନେତା। ସାଇକେଲ ଯାତ୍ରା ବେଳେ ଆସିଲା ହୃଦ୍‌ଘାତ। ବିଚ୍‌ ରାସ୍ତାରେ ଚେତାଶୂନ୍ୟ ହୋଇପଡିଲେ ନେତା। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ।

ପ୍ରକୃତରେ ଆଜି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କ ନେତୃତ୍ୱରେ ସାଇକେଲ ଶୋଭାଯାତ୍ରା ବାହାରିଥିଲା। ତେବେ ଏହି ସାଇକେଲ ଯାତ୍ରା ବେଳେ ବିଗିଡି ଯାଇଥିଲା ଜଣେ ନେତାଙ୍କ ସ୍ୱାସ୍ଥ୍ୟ। ସାଇକେଲ୍ ଚଳାଇବା ବେଳେ ହଠାତ୍‌ ସେ ତଳେ ପଡି ଯାଇଥିଲେ। ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଲକ୍ଷ୍ନୌର ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସପା ନେତା। ମୃତକ ହେଲେ ସମାଜବାଦୀ ପାର୍ଟି ନେତା ରବି ଭୂଷଣ ରାଜନ ଯାଦବ। ସେ କେକେସିର ପୂର୍ବତନ ଛାତ୍ର ଅଧ୍ୟକ୍ଷ ମଧ୍ୟ ଥିଲେ। ରବି ଭୂଷଣଙ୍କ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ବିଜେପିକୁ ଟାର୍ଗେଟ୍‌ କରି ‘PDA ସାଇକେଲ ଯାତ୍ରା’ କରିଥିଲା। ଏଥିରେ ଅନେକ ସପା ନେତା ଯୋଗ ଦେଇଥିଲେ। ସାଇକେଲରେ ବସି ଏହି ନେତାମାନେ ରାଲି କରିଥିଲେ।

ad-week
Leave A Reply

Your email address will not be published.