ଦୁନିଆ ହତ୍ୟାର ୫ ଅଭିଯୁକ୍ତ ଗିରଫ…

add-all

ବ୍ରହ୍ମପୁର : ସଦର ଥାନା ପୋଲିସ ଆଜି ଦୁର୍ଦ୍ଦାନ୍ତ ଅପରାଧୀ ଦୁନିଆ ସାହୁକୁ ଘରେ ପଶି ମାରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ପୂର୍ବରୁ ବହୁ ମାମଲା ରେ ସମ୍ପୃକ୍ତ ଥିବା ଦୁନିଆର ବହୁ ଶତ୍ରୁ ଥିଲେ | ଶେଷରେ ଦୁନିଆ କୁ ରାସ୍ତା ରୁ ହଟାଇବା ପାଇଁ ହତ୍ୟା କରିବା ଯୋଜନା ରେ ସଫଳ ହେଲେ ବୋଲି ପୋଲିସ କହିଛି। ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ଦୁନିଆର ପଡୋଶୀ ଦୁର୍ଯ୍ୟୋଧନ ପ୍ରଧାନ, ଭିକୁ ଜେନା, ବାଲିପଡ଼ାର କୁରା ରାଉଳ, ହଳଦିଆ ପଦର ର ସାଗର ପଣ୍ଡା, ଲକ୍ଷ୍ମୀନୃସିଂହ ସାହି ର ସୁରେଶ ବେହେରା କୁ ଗିରଫ କରିଛି ପୋଲିସ।ଏନେଇ ସଦର ଥାନା କେଶ ନମ୍ବର ୫୧୦/୨୩ ରେ ଦଫା ୪୫୨,୨୯୪,୩୨୩,୩୨୪,୩୨୫,୩୨୬,୩୦୭,୩୪ ଆଇପିସି ଧାରା ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଏହି ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଙ୍କୁ ପୋଲିସ ଖୋଜୁଛି।

ad-week
Leave A Reply

Your email address will not be published.