
ସୁନ୍ଦରଗଡ଼ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସୁନ୍ଦରଗଡ଼ ଠାରେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁର୍ନୀତିର ମୁଳତ୍ପ।ଟନ ନିମନ୍ତେ ଆଭାସି ମାଧ୍ୟମରେ ସମସ୍ତ ଜିଲ୍ଲା ମୁଖ୍ୟାଳୟ ତଥା ବ୍ଲକ ମୁଖ୍ୟାଳୟ ମାନଙ୍କରେ ଆଭାସି ମାଧ୍ୟମରେ ସମସ୍ତ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ।
ଏହି ଅବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟର ଓସ୍ୱାନ କକ୍ଷ ଠାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ମାଝୀ, ଭିଜିଲାନ୍ସ ବିଭାଗ ସୁନ୍ଦରଗଡ଼ ଶାଖା ଡି.ଏସ.ପି. ଦୈତାରି ଘଡ଼ାଇ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପୋଲିସର ଅଧିକାରୀ ତଥା ଭିଜିଲାନ୍ସ ସୁନ୍ଦରଗଡ଼ ଶାଖାର ଅଧିକାରୀ ମାନେ ଉପସ୍ଥିତ ରହି ଶପଥ ପାଠରେ ଅଂଶ ଗ୍ରହଣ କରିଥିଲେ। ସେହିପରି ସମସ୍ତ ବ୍ଲକ ମାନଙ୍କରେ ମଧ୍ୟ ଆଭାସି ମାଧ୍ୟମରେ ଯୋଗ ଦେଇ ବ୍ଲକ ତଥା ସମସ୍ତ ତହସିଲ ର ଅଧିକାରୀ ମାନେ ଏହି ଶପଥ ପାଠ କରିଥିଲେ ଏବଂ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ମଧ୍ୟ କର୍ମଚାରୀ ମାନେ ଏହି ଶପଥ ପାଠ କରିଥିଲେ।