
ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ସୋମବାର ଦିନ ମାଲକାନଗିରି ମାନ ଅଧିକାର,ଆଞ୍ଚଳିକ ଲୋକ ସଂଗଠନର ସଭାପତି ଏରା ପଡିଆମୀଙ୍କ ନେତୃତ୍ବରେ ୧୧ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା l ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ ଚାଷୀ ହାତରେ ନଡା ବିଡା ଧରି ମାଲକାନଗିରି ସଦର ମହକୁମାର ବସ ଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ l ଏହି ସଭାରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ଓ “ମୋ ଦଳ”ର ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ ଯୋଗଦେଇ ବକ୍ତବ୍ୟରେ କହିଥିଲେ ଚାଷୀ ମାନେ ପିଢ଼ି ପିଢି ଧରି ମାଲକାନଗିରି ଜିଲ୍ଲାରେ ଚାଷ କରିଚାଲିଛନ୍ତି ସ୍ବାଧୀନତାର ୭୬ବର୍ଷ ପରେ ମଧ୍ୟ ଚାଷୀ ଆତ୍ମହତ୍ୟା କରି ଚାଲିଛି l ଓଡ଼ିଶାର କେବେ ମରୁଡ଼ି, କେବେ ବନ୍ୟା, ବାତ୍ୟାର ଶିକାର ହେଉଛି l ସରକାରୀ ବାବୁମାନଙ୍କର ଦରମା ବଢୁଚି କିନ୍ତୁ ଚାଷୀଙ୍କ ରିଲିଫ କୋଡ଼ ସଂଶୋଧନ ହେଇ ପାରୁନି l ଯାହାଦ୍ବାରା ବର୍ତ୍ତମାନ ସରକାରୀ ଅନୁସାରେ ଜଳସେଚିତ ଜମିର ୧ହେକ୍ଟର ପାଇଁ ୧୩୫୦୦, ଅଣଜଳସିଚିତ ଜମି ପାଇଁ ୬୫୦୦ ହେକ୍ଟର ପିଛା ଏହା ସମୁଦ୍ରକୁ ଶଙ୍ଖେ ପରି l ଦିଲ୍ଲୀ ରାଜ୍ୟରେ 1 ହେକ୍ଟର ପିଛା ପଚାଶ ହଜାର ଦେଉଛି ଓଡିଶାରେ ଦେଇହେବନି କାହିଁକି ପ୍ରଶ୍ନ କରିଥିଲେ l ଚଳିତ ବର୍ଷ ଯଦି ମରୁଡ଼ି ଜିଲ୍ଲା ଭାବରେ ଘୋଷିତ ନକରନ୍ତି ରାଜ ରାସ୍ତା ଠାରୁ ବିଧାନ ସଭାରେ ୨୦୨୪ ଭୋଟ ବାକ୍ସରେ ଚାଷୀର ସରକାର ଦେଖିବ ବୋଲି ମୋ ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ଭାରତ ବକ୍ତବ୍ୟରେ କହିଥିଲେ l ୧୧ ଦଫା ଦାବି ଗୁଡିକୁ ହେଲା , ଜିଲ୍ଲା କୁ ମରୁଡ଼ିଅଞ୍ଚଳ ଘୋଷଣା କରାଯାଉ, ଧାନ ମଣ୍ଡିରେ କୁଣ୍ଟାଲ ୩୬୦୦ ଓ ଚାଷୀ ସୁରକ୍ଷା ଭତ୍ତା ପ୍ରତି ପରିବାର ମାସକୁ ୫୦୦୦, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଚଳିତ ବର୍ଷ ମରୁଡ଼ି ହୋଇଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ଫିସ ଛାଡ କରାଯାଉ l ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ତିଆରି କରି ଜିଲ୍ଲାକୁ ଦାଦନ ମୁକ୍ତ କରାଯାଉ l ଜିଲ୍ଲାର ସମସ୍ତ ଜମିକୁ ଜଳ ସେଚନ କରାଜାଉ l ଆଜିର ଏହି ୧୧ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିବା ସମୟରେ ମାଲକାନଗିରି ଜିଲ୍ଲାର ସତାଧିକ ଚାଷୀ ଯୋଗ ଦେଇଥିଲେ l