ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ

add-all

ମାଲକାନଗିରି : ଆଜିଠାରୁ ୫ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯିବ | ଏହି ଅବସରରେ ଆଜି ଲୋକସେବା ଭବନ ସଭାଗୃହରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଛି | ମାନ୍ୟବର ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ସମସ୍ତ ବିଭାଗର ଅଧିକାରୀ ଏବଂ ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକ ଗୁଡିକରୁ ଭିଡିଓ କନଫରେନସ ମାଧ୍ୟମରେ ଜଡିତ ହୋଇଥିବା ଅଧିକାରୀ, କର୍ମଚାରୀଙ୍କୁ ଶପଥପାଠ କରାଇଥିଲେ |

ମାଲକାନଗିରି ଜିଲ୍ଲାପାଳଙ୍କ ଓସ୍ୱାନ କକ୍ଷରେ ଜିଲ୍ଲାପାଳ ବିଶାଲ ସିଂ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ନୀତେଶ ୱାଧୱାନୀ ଓ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ବେଦବର ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ମାନେ ଶପଥ ପାଠ କରିଛନ୍ତି | ସେହିପରି ଜିଲ୍ଲା ଭିଜିଲାନ୍ସ ୟୁନିଟ ମାଲକାନଗିରି ଠାରେ ଡିଏସପି ସଦାନନ୍ଦ ପାଣିଙ୍କ ଅଧ୍ୟକ୍ଷତାରେ ଭିଜିଲାନ୍ସ କର୍ମଚାରୀଙ୍କ ଉପସ୍ଥିତିରେ ଶପଥ ପାଠ କରାଯାଇଛି |ଜିଲ୍ଲାର ଅନ୍ୟାନ୍ୟ ସମସ୍ତ ବିଭାଗରେ ଆଜି ଦୁର୍ନୀତି ନିବାରଣ ନିମନ୍ତେ ଶପଥ ପାଠ କରାଯାଇଛି। ସୂଚନା ଯେ, ଭିଜିଲାନ୍ସ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସପ୍ତାହବ୍ୟାପି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ad-week
Leave A Reply

Your email address will not be published.