
ଚିକିଟୀ : ଧାନଘର ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ନିକଟସ୍ଥ ଟି ଭି ଏସ ସୋ ରୁମ ନିକଟରେ ଟ୍ରାକ୍ଟର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଘଟଣା ସ୍ଥଳରେ ବାଇକ ଚାଳକ ମୃତ।ସୂଚନା ପ୍ରକାରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ବାଲି ବୋଝେଇ ଟ୍ରାକ୍ଟର ନମ୍ବର ଓ ଡି ୦୭ ଏ ଡି-୬୨୯୧ ରାମଚନ୍ଦ୍ରପୁର ମୁଖ୍ୟ ରାସ୍ତା ଦେଇ ଧାନଘର ଆସୁଥିବାବେଳେ ସୋ ରୁମ ନିକଟରେ ବିପରୀତ ଦିଗରୁ ଏକ କେ ଟି ଏମ ବାଇକ ଯାହାର ନମ୍ବର ଓ ଡି ୦୭ ଏ ସି-୮୦୧୮ ମଧ୍ୟରେ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ନିକଟସ୍ଥ ବଡପଲଙ୍କ ଗ୍ରାମର ନିରଞ୍ଜନ ପ୍ରଧାନଙ୍କ ପୁଅ ସଂଗ୍ରାମ ପ୍ରଧାନ(ରୁନା)ବୟସ ପାଖାପାଖି ୨୪ ଙ୍କର ପ୍ରାଣବାୟୁ ଚାଲିଯାଇଥିବା ବେଳେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି।ଘଟଣା ସ୍ଥଳରେ ଧାନଘର ଫାଣ୍ଡି ଅଧିକାରୀ ପହଞ୍ଚି ଶବକୁ ବ୍ୟବେଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ କୁ ପଠାଇଥିବା ବେଳେ ଉଭୟ ଟ୍ରାକ୍ଟର ଓ ବାଇକକୁ ଜବତ କରିଛି।