ଜିଏସ୍‌ଟିରୁ ମିଳିଲା ୧.୭୨ ଲକ୍ଷ କୋଟି…

add-all

gst

ପାର୍ବଣ ଋତୁରେ ସରକାରଙ୍କୁ ମିଳିଛି ବଡ଼ ଫାଇଦା। ଦୀପାବଳି ପୂର୍ବରୁ ସରକାରଙ୍କୁ ମିଳିଛି ଭେଟି। ଦେଶରେ ଜିଏସଟି ରାଜସ୍ୱ ବାବଦରେ ସଂଗ୍ରହ ହୋଇଛି ରେକର୍ଡ ୧.୭୨ ଲକ୍ଷ କୋଟି ଟଙ୍କା।

ଗତବର୍ଷ ଅକ୍ଟୋବର ତୁଳନାରେ ଜିଏସ୍‌ଟି ରାଜସ୍ୱ ୧୩% ଅଧିକ ରହିଛି। ୨୦୨୨ ଅକ୍ଟୋବରରେ ସରକାର ୧.୫୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟିରୁ ପାଇଥିଲେ।୨୦୧୭ ଜୁଲାଇ ମାସରେ ସମଗ୍ର ଦେଶରେ ଏକକ ଟିକସ ବ୍ୟବସ୍ଥା ବା ଜିଏସ୍‌ଟି ଲାଗୁ ହୋଇଥିଲା। ଇତି ମଧ୍ୟରେ ୨୦୨୩ ଅକ୍ଟୋବର ମାସରେ ସଂଗ୍ରହ ହୋଇଥିବା ଜିଏସ୍‌ଟିର ପରିମାଣ ଦ୍ୱିତୀୟ ସର୍ବାଧିକ।

୨୦୨୩ ମସିହା ଏପ୍ରିଲ ମାସରେ ଜିଏସ୍‌ଟି ସଂଗ୍ରହରେ ନୂଆ ରେକର୍ଡ ସୃଷ୍ଟି ହୋଇଥିଲା। ସରକାର ଜିଏସ୍‌ଟି ବାବଦରେ ୧.୮୭ ଲକ୍ଷ କୋଟି ଟଙ୍କା ଆଦାୟ କରିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷରେ କ୍ରମାଗତ ୫ମଥର ପାଇଁ ଜିଏସ୍‌ଟି ସଂଗ୍ରହ ୧.୬ ଲକ୍ଷ କୋଟି ଟଙ୍କା ଉପରେ ରହିଛି।

ବୁଧବାର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଅକ୍ଟୋବର ମାସରେ ମୋଟ ୧,୭୨,୦୦୩ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ସଂଗ୍ରହ କରାଯାଇଛି।

ଏହା ମଧ୍ୟରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୩୦,୦୬୨ କୋଟି ଓ ରାଜ୍ୟ ଜିଏସଟିର ପରିମାଣ ୩୮,୧୭୧ କୋଟି। ସେହିପରି ଆଇଜିଏସଟିର ପରିମାଣ ୯୧,୩୧୫ କୋଟି ଟଙ୍କା। ଏହାବାଦ ବିଭିନ୍ନ ଦ୍ରବ୍ୟରେ ଲାଗୁଥିବା ସେସରୁ ୧୨,୪୫୬ କୋଟି ଟଙ୍କା ଆଦାୟ କରାଯାଇଛି।

ad-week
Leave A Reply

Your email address will not be published.