ବ୍ୟକ୍ତିଗତ ହାଜିରା ପାଇଁ ପ୍ରତାପଙ୍କୁ ମିଳିଲା ୨ ସପ୍ତାହର ମହଲତ…

add-all

pratap

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ଦୁଇ ସପ୍ତାହର ମହଲତ।ସାଲେପୁର ଜେଏମଏଫସି କୋର୍ଟରେ ପ୍ରତାପ ଜେନା ନିଜର ଓକିଲ ଜରିଆରେ କରିଥିବା ଆବେଦନ ଅନୁସାରେ ଶୁଣାଣି ପାଇଁ ୨ ସପ୍ତାହ ମହଲତ ଦେଇଛନ୍ତି ସ୍ଥାନୀୟ କୋର୍ଟ।

ଗତକାଲି ଏହି ମାମଲାରେ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁସାରେ ସାଲେପୁର କୋର୍ଟରେ ବିଧାୟକ ପ୍ରତାପ ଜେନାଙ୍କୁ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ତାଙ୍କ ଓକିଲ ଆଇପିସିର ଧାରା ୨୦୫ ଅନୁସାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ଏକ ସାର୍ଟିଫିକେଟ ପ୍ରଦାନ କରିଥିଲେ ଏବଂ ତାଙ୍କ ମହକିଲଙ୍କୁ ଏହି ମାମଲାରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜିରାରୁ ବାଦ୍ ଦିଆଯାଉ ବୋଲି ଆବେଦନ କରିଥିଲେ। ଏହାପରେ କୋର୍ଟ ଆଜି ଦୁଇ ସପ୍ତାହର ମହଲତ ଦେଇଛନ୍ତି। ଏଥିସହ ଆସନ୍ତା ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ସେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ‌ ଅଧୀନରେ ଚିକିତ୍ସିତ ହେଉଛନ୍ତି ବୋଲି କୋର୍ଟରେ ଦର୍ଶାଇଛନ୍ତି। କ୍ୟାପିଟାଲ ହସ୍ପିଟାଲର ମେଡିସିନ ବିଭାଗ ଆସୋସିଏଟ ପ୍ରଫେସର ମାସ ପାଇଁ ବେଡ୍ ରେଷ୍ଟ କରିବାକୁ ପରାମର୍ଶ ଦେଇଥିବା ଦର୍ଶାଯାଇଛି।

ଅନ୍ୟପଟେ ଜେଏମଏଫସି କୋର୍ଟଙ୍କ ରାୟକୁ ଚ୍ଯାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବିଧାୟକ ପ୍ରତାପ ଜେନା। ତଳ କୋର୍ଟ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିବା ପରେ ପ୍ରତାପ ଜେନାଙ୍କ ଅଡୁଆ ଦୁଇ ଗୁଣା ହୋଇଛି। କାରଣ ମୃତକଙ୍କ ପୁଅ (ଆବେଦନକାରୀ) ଜେଏମ୍‌ଏଫ୍‌ସି କୋର୍ଟରେ ଏକ ପୃଥକ ପିଟିସନ ଦାଖଲ କରି ଡବଲ ମର୍ଡର ସଂପର୍କିତ ମୂଳ ରେକର୍ଡକୁ ଏହି କମ୍ପଲେନ୍ କେସ୍ ରେକର୍ଡ ସହିତ ଯୋଡ଼ିବାକୁ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.