ରାମ ଲଲ୍ଲାଙ୍କ ପାଇଁ ଆସିବ ମାର୍ବଲ୍‌ ପଥରରେ ନିର୍ମିତ ସୁନାଛାଉଣି ହୋଇଥିବା ୮ ଫୁଟ୍‌ ଉଚ୍ଚ ସିଂହାସନ…

add-all

sram

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିରରେ ରାମ ଲଲ୍ଲାଙ୍କ ନିମନ୍ତେ ମାର୍ବଲ୍‌ ପଥରରେ ଖୋଦେଇ କରାଯାଇ ସୁନାଛାଉଣି କରାଯାଇଥିବା ଗୋଟାଏ ୮ ଫୁଟ୍‌ ଉଚ୍ଚର ସିଂହାସନ ଆସିବ ବୋଲି ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ ଘୋଷଣା କରିଛି।

ରାଜସ୍ଥାନର କୁଶଳୀ କାରିଗରମାନେ ଏହି ସିଂହାସନ ନିର୍ମାଣ କରୁଛନ୍ତି ଓ ଡିସେମ୍ବର ୧୫ ତାରିଖ ସୁଦ୍ଧା ତାହା ଅଯୋଧ୍ୟାରେ ପହଞ୍ଚିଯିବ ବୋଲି ‘ଟ୍ରଷ୍ଟ୍‌’ ସୂଚନା ଦେଇଛି।

‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ର ଅନ୍ୟତମ ସଦସ୍ୟ ଅନୀଲ ମିଶ୍ରା କହିଛନ୍ତି, ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବାକୁ ଥିବା ସିଂହାସନର ଉଚ୍ଚତା ହେବ ୮ ଫୁଟ୍‌, ଲମ୍ବ ୩ ଫୁଟ୍‌ ଓ ପ୍ରସ୍ତ ୪ ଫୁଟ୍‌।

ଯୋଜାନା ଅନୁଯାୟୀ ନିର୍ମାଣ ମନ୍ଦିର କାର୍ଯ୍ୟ ଆଗେଇ ଚାଲିଥିବାରୁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା (ଉଦ୍‌ଘାଟନୀ ପୂଜା) ତାରିଖ ଘୋଷଣା କରିଛି। କାମ ଯେଉଁ ହାରରେ ଚାଲିଛି ସେଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ବିଶାଳ ମନ୍ଦିରର ତଳମହଲା ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରସ୍ତୁତ ହୋଇଯିବ। ଠିକ୍‌ ସେତିକି ବେଳକୁ ସୁନାଛାଉଣି କରାଯାଇଥିବା ସିଂହାସନ ଆସି ସେଠାରେ ପହଞ୍ଚିଯିବ।

ସୂଚନାଯୋଗ୍ୟ, ଟ୍ରଷ୍ଟ୍‌ ଗଠନ ହେବା ଆଗରୁ ଓ ପରେ ହଜାର ହଜାର ଭକ୍ତ ସୁନା ଓ ରୁପାରେ  ଅଳଙ୍କାର, ଇଟା ଓ ମୁଦ୍ରା ଦେଇଛନ୍ତି। ନିରାପଦରେ ରଖିବା ପାଇଁ ସେସବୁକୁ ତରଳାଯିବ।

ଦାନସୂତ୍ରରେ ମିଳିଥିବା ସାମଗ୍ରୀ ସବୁକୁ ନିରାପଦରେ ରଖିବା ଲାଗି ଅନେକ ସମସ୍ୟା ଦେଖାଦେଉଛି। ସେ ସବୁକୁ ତରଳାଯାଇ ଇଟା କରାଯିବ। କୌଣସି ଏକ ପ୍ରତିଷ୍ଠିତ ସଙ୍ଗଠନ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ସମ୍ପନ୍ନ ହେବ ବୋଲି ଅନୀଲ ମିଶ୍ରା କହିଛନ୍ତି।

ad-week
Leave A Reply

Your email address will not be published.