ବାରୁଦ ଗଦାରେ ଏବେ ନଳବଣ୍ଟା ଗ୍ରାମ ! ଦୀପାବଳୀର ଆଳରେ ବାଣ ପ୍ରସ୍ତୁତି ଚାଲିଛି

add-all

ପ୍ରଶାସନ ନିରବ ଦ୍ରଷ୍ଟା ….
ବ୍ରହ୍ମପୁର : ଆସିକା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ନଳ ବଣ୍ଟା ଗ୍ରାମ ରହିଛି।ନଳବଣ୍ଟା ଗ୍ରାମର ବାଣ ର ଚାହିଦା ରାଜ୍ୟ ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି। ଦୀପାବଳୀ ପାଇଁ ଏଠାରେ ଦଶହରା ପୂର୍ବରୁ ନଳବଣ୍ଟା ଗ୍ରାମରେ ଅଧିକାଂଶ ପରିବାର ବାଣ ପ୍ରସ୍ତୁତି ରେ ପିଲାରୁ ବୁଢ଼ା ଲାଗି ପଡ଼ନ୍ତି। ବିଭିନ୍ନ କିସମ ର ବାଣ ପ୍ରସ୍ତୁତି ହୋଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରାଯାଏ । ବାଣ ବ୍ୟବସାୟୀମାନେ ଦୀପାବଳୀ ପୂର୍ବରୁ ଆସି ଏଠାରୁ ବାଣ କ୍ରୟ କରି ନିଅନ୍ତି। ଏହି ବେଆଇନ ବାଣ ପ୍ରସ୍ତୁତି ବେଳେ ଅଘଟଣ ଘଟି ଧନ ଜୀବନ ନଷ୍ଟ ହୋଇଥିବାର ନଜିର ରହିଛି। ବାଣ ପ୍ରସ୍ତୁତି ପାଇଁ କୁଆଡ଼େ କଟକ, ବ୍ରହ୍ମପୁର, ଆନ୍ଧ୍ରପ୍ରଦେଶ ରୁ କଞ୍ଚା ମାଲ ଆସି ଏଠାରେ ବିଭିନ୍ନ ପ୍ରକାର ବାଣ ପ୍ରସ୍ତୁତ ହୁଏ ବୋଲି ଚର୍ଚ୍ଚା ହୁଏ । ଏହି ସମୟ ରେ ବାଣ ଫୁଟାଇ ବାର ଆଳ ରେ କେତେକ ଅପରାଧୀ ମାନେ ମାଉଜ ର ମୁନ ରେ ଲୁଟପାଟ କରିବାର ମଧ୍ୟ ନଜିର ରହିଛି। ପ୍ରଶାସନ ପକ୍ଷରୁ ଦୀପାବଳୀ ଅମାବାସ୍ୟା ର କିଛି ଦିନ ପୂର୍ବରୁ ନଳ ବଣ୍ଟା ରେ ଥିବା ଅସ୍ଥାୟୀ ବାଣ ପ୍ରସ୍ତୁତି ର ଗୃହ ଭାଙ୍ଗିବା ଓ ବାଣ ଜବତ କରିବା ନଜିର ରହିଛି । ବେଆଇନ ବାଣ ପ୍ରସ୍ତୁତି ର କୁଟୀର ଶିଳ୍ପ ଏଠାରେ ହେବା ପାଇଁ ଡ଼ିଲ ମଧ୍ୟ ହେବା ଫଳରେ ଏଠାରେ ବାଣ ପ୍ରସ୍ତୁତି ଖୁଲାମ ଖୁଲା ଚାଲେ ବୋଲି ଚର୍ଚ୍ଚା ହେଉଛି । ବେଆଇନ ବାଣ ପ୍ରସ୍ତୁତି ପାଇଁ ଅଘଟଣ ହେଲେ ଯେତିକି ପ୍ରଶାସନ ଦାୟୀ ସେତିକି ପ୍ରସ୍ତୁତ କର୍ତ୍ତା ଦାୟୀ ବୋଲି ଆଲୋଚନା ହେଉଛି ।

ad-week
Leave A Reply

Your email address will not be published.