କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଉପରେ ବି ଭରସା ନାହିଁ କି ? – ସମ୍ବିତ

add-all

sambit_patra_pti11_dec-sixteen_nine

ନୂଆଦିଲ୍ଲୀ:ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟପ୍ରଦେଶ ଅଭିମୁଖେ ଯାଇଥିବାବେଳେ ଇଡି ନିକଟରେ ହାଜର ହୋଇନାହାନ୍ତି | ଅନ୍ୟପକ୍ଷରେ ସେ ଇଡି ସମ୍ମୁଖରେ ହାଜର ହୋଇନଥିବାରୁ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଆକ୍ଷେପ କରିଛି | ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାହାକୁ ବିଶ୍ୱାସ କରୁନାହାଁନ୍ତି? ସେ ସୁପ୍ରିମକୋର୍ଟଙ୍କ ଉପରେ ମଧ୍ୟ ବିଶ୍ୱାସ କରନ୍ତି ନାହିଁ କି? ସମ୍ବିତ କହିଛନ୍ତି, ଆପଣମାନେ ଟିଭି ମାଧ୍ୟମରେ ଦେଖୁଥିବେ ଯେ ଅରବିନ୍ଦ କେଜ୍ରିୱାଲ କିଭଳି ହାଜର ନ ହୋଇ ପଳାଇଛନ୍ତି | ଅରବିନ୍ଦ କେଜ୍ରିୱାଲ ଇଡିରୁ ସମନ ପାଇଥିଲେ ବି ହାଜର ହୋଇନାହାନ୍ତି |

ସତ୍ୟର ସମ୍ମୁଖୀନ ନ କରି ସେ ପଳାଇଛନ୍ତି | ଇଡି ସାମ୍ନାରେ ହାଜର ନ ହେବ କେଜ୍ରିୱାଲଙ୍କ ଭୟକୁ ହିଁ ଦର୍ଶାଉଛି | ଦିଲ୍ଲୀର ଅବକାରୀ ଦୁର୍ନୀତିରେ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ଦାୟୀ ବୋଲି ବିଜେପି ଅଭିଯୋଗ କରିଛି। ସମ୍ବିତ କହିଛନ୍ତି, କେଜ୍ରିୱାଲ ଏହି ଦୁର୍ନୀତିର କିଙ୍ଗପିନ୍। କେଜ୍ରିୱାଲ ସ୍ୱୀକାର କରିଛନ୍ତି ଯେ ହଁ, ମଦ ଦୁର୍ନୀତିରେ ତାଙ୍କର ହାତ ଅଛି | ଏହି ନୀତିରେ ଘଟିଥିବା ବ୍ୟାପକ ଦୁର୍ନୀତିରେ ମୁଁ ମଧ୍ୟ ଜଡିତ ଅଛି। ନଚେତ୍ ସେମାନେ କାହିଁକି ଭୟ କରୁଛନ୍ତି ? ସୁପ୍ରିମକୋର୍ଟଙ୍କ ରାୟକୁ ଉଲ୍ଲେଖ କରି ସମ୍ବିତ କହିଛନ୍ତି, ଠିକ୍ ୩ ଦିନ ପୂର୍ବରୁ ସୁପ୍ରିମକୋର୍ଟ ମନୀଷ ସିସୋଡିଆଙ୍କ ଜାମିନକୁ ଖାରଜ କରି କହିଥିଲେ ଯେ ଏହି ଦୁର୍ନୀତିର ମୂଲ୍ୟ ହଜାର ହଜାର କୋଟି ଟଙ୍କା | ଏହାପୂର୍ବରୁ କେଜ୍ରିୱାଲ ପ୍ରତିଦିନ କହୁଥିଲେ ଯେ ଶୀଲା ଦୀକ୍ଷିତ ଦୁର୍ନୀତି କରିଛନ୍ତି, ରବର୍ଟ ଭଦ୍ରା ଦୁର୍ନୀତି କରିଛନ୍ତି, ଲାଲୁ ପ୍ରସାଦ ଯାଦବ ଦୁର୍ନୀତି କରିଛନ୍ତି କିନ୍ତୁ ଆଜି ସେ ସମସ୍ତଙ୍କ ସହ ଏକ ମେଣ୍ଟ କରିଛନ୍ତି।

ad-week
Leave A Reply

Your email address will not be published.