ପୁଲିସଠାରୁ ଗାଡ଼ି ଛଡ଼େଇନେଲେ ଉଲଗ୍ନ ଯୁବକ, ଭାଇରାଲ ହେଲା ଭିଡିଓ

IMAGE_1698915494

ନୂଆଦିଲ୍ଲୀ : ଆମେରିକା ରାଜରାସ୍ତାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଜଣେ ବ୍ୟକ୍ତି ଉଲଗ୍ନ ଅବସ୍ଥାରେ ପୁଲିସ ଗାଡ଼ି ଜୋରଜବରଦସ୍ତ ନେଇଯାଇଛି। ଯାହାର ଭିଡ଼ିଓ ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଆମେରିକା ଲାସ ଭେଗାସରେ ଜଣେ ଉଲଗ୍ନ ବ୍ୟକ୍ତି ପ୍ରଥମେ ଜଣେ ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ପରେ ତାଙ୍କ କାର୍‌କୁ ଦୃତ ଗତିରେ ନେବା ବେଳେ ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇଥିଲା। ଯାହା ଫଳରେ ୨ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଉଲଗ୍ନ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ। ଏବେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ତେବେ ସେହି ଭାଇରାଲ ଭିଡିଓରେ ସ୍ପଷ୍ଟଭାବେ ଦେଖାଯାଉଛି ଯେ, ଉଲଗ୍ନ ଦୁର୍ବୃତ୍ତ ଜଣକ ପ୍ରଥମେ ପୁଲିସ ଅଧିକାରୀଙ୍କୁ ଧକ୍କା ମାରିଥିଲେ ଏବଂ ପରେ ତାଙ୍କ କାରକୁ ଦୃତ ଗତିରେ ନେଇ ପଳାଇଯାଇଥିଲେ। ଏହି ଅଜବ ଘଟଣାଟି ମଙ୍ଗଳବାର ମଧ୍ୟରାତିରେ ଘଟିଥିବା ବେଳେ ଲାସ୍ ଭେଗାସ ମେଟ୍ରୋପଲିଟାନ ପୁଲିସ ସେହି ଉଲଗ୍ନ ଦୁର୍ବୃତ୍ତକୁ ଗିରଫ କରିଛି।
ଏହି ଅଜବ କାଣ୍ତ ଘଟାଇଥିବା ବ୍ୟକ୍ତି ଜଣକ ହେଲେ ୨୯ ବର୍ଷୀୟ କ୍ଲାଇଡ୍ କାବୁଲିସାନ୍। ସେ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କ ବିରୋଧରେ ପୂର୍ବରୁ ଡକାୟତି ଭଳି ବିଭିନ୍ନ ସଂଗିନ ଅଭିଯୋଗ ରହିଛି ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.