ଦାରିଙ୍ଗବାଡ଼ି ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଡ୍ରୋନ କ୍ୟାମେରା ପରିଚାଳନା ଶିକ୍ଷା ଓ ତାଲିମ ଶିବିର ଆୟୋଜନ

add-all

ଦାରିଙ୍ଗବାଡ଼ି,୨/୧୧ : କନ୍ଧମାଳ ପ୍ରଶାସନ, ସ୍କିଲ ଓଡ଼ିଶାର ଆନୁକୂଲ୍ୟରେ ଦାରିଙ୍ଗବାଡି ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଦିନିକିଆ ଡ୍ରୋନ କ୍ୟାମେରା ପରିଚାଳନା ଶିକ୍ଷା ଓ ତାଲିମ୍ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମ୍ ଶିବିର ଉଦଘାଟନ କାର୍ଯ୍ୟକ୍ରମ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର କୃଷ୍ଣ ଚନ୍ଦ୍ର ନାୟକ, ଜିଲ୍ଲା ନିୟୋଜିତ କାର୍ଯ୍ୟାଳୟର ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ପୁରୁଷତମ ମହାପାତ୍ରଙ୍କ ସହିତ ରେଡ୍ଉଇଙ୍ଗର ତାଲିମ୍ ଦାତା ଉପସ୍ଥିତ ଥିଲେ। ବ୍ଲକର ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ବାଳିକା ଉଚ୍ଚ ବିଦ୍ୟାଳୟ, ଦାରିଙ୍ଗବାଡ଼ି ଅନୁସୂଚିତ ଜାତି ଓ ଜନଜାତି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ,ଲାଲ ବାହାଦୂର ବିଦ୍ୟା ପୀଠ,ସୋରାଜିନି ନାଇଡୁ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶିଳ୍ପ ତାଲିମ ପ୍ରତିଷ୍ଠାନର ୧୦୦ଜଣ ଛାତ୍ରଛାତ୍ରୀ ତାଲିମ୍ ନେଇଥିଲେ । ଅଥିତି ମାନେ ଡ୍ରୋନ କ୍ୟାମେରାର ବ୍ୟବହାର ଓ ଉପକାର ବିଷୟରେ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଂପର୍କରେ ବାର୍ତ୍ତା ଦେଇ ଉତ୍ସାହିତ କରିଥିଲେ।ଶିଳ୍ପ ତାଲିମ ପ୍ରତିଷ୍ଠାନର ସରୋଜିନୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ad-week
Leave A Reply

Your email address will not be published.