ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମୀକ୍ଷା କଲେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ…

add-all

ମାଲକାନଗିରି, ୨।୧୧ : ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ ଭାବେ ବିମାନ ବନ୍ଦର, ରେଳପଥ କାର୍ଯ୍ୟକୁ ତ୍ଵରାନିତ କରିବା ସହ ସମସ୍ତ ପ୍ରକଳ୍ପର ଗୁଣବତ୍ତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେହେତୁ ସେ କେବିକେ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି, ଏହି ଜିଲ୍ଲାର ସମସ୍ତ ଉନ୍ନୟନ ମୂଳକ ପ୍ରକଳ୍ପ ବିଷୟରେ ଅବଗତ ଅଛନ୍ତି ଏବଂ ମାଲକାନଗିରି ଜିଲ୍ଲାର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ତତ୍ପର ଅଛନ୍ତି । ଏଠାରେ ଆମ ବ୍ୟାଙ୍କ୍, ଲକ୍ଷ୍ମୀ, ବିକ୍ୟୁଏସ୍, ବିମାନ ବନ୍ଦର କାର୍ଯ୍ୟ, ରେଳ ପଥ ଜମି ଅଧିଗ୍ରହଣ, ୫ଟି ବିଦ୍ୟାଳୟ, ଆମ ହସ୍ପିଟାଲ, ଓଡିଶା ଆଦର୍ଶ ବିଦ୍ୟାଳୟ, ନୀତି ଆୟୋଗ ଦ୍ୱାରା ଆକାଂକ୍ଷା ଜିଲ୍ଲା ପାଇଁ ଦିଆଯାଇଥିବା ଅର୍ଥରାଶି ଓ ଲକ୍ଷ୍ୟ କେନ୍ଦ୍ର ଉପରେ ଆଲୋଚନା କରାଯାଇଛି। ସେ ଦୁଇ ଦିନରେ ଗୋବିନ୍ଦପାଲ୍ଲୀ, ଉଦୁଲିବେଡ଼ା, ପାଣ୍ଡ୍ରିପାଣି, କାଲିମେଳା, କାଙ୍ଗୁରୁକୋଣ୍ଡା, ଗାନ୍ଧୀପଲ୍ଲୀ, ଚିତ୍ରକୋଣ୍ଡା ଓ ବଡ଼ପଡା ଗସ୍ତ କରି ୫ଟି ବିଦ୍ୟାଳୟ, ମନ୍ଦିର, ଆମ ବ୍ୟାଙ୍କ ଏବଂ ବିଭିନ୍ନ ଜୀବିକା ମିଶନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସ୍ଵାଗତ ଜଣାଇ ବିଭିନ୍ନ ଆକାଂକ୍ଷା ପ୍ରକଳ୍ପ ବିଷୟରେ ସୂଚନା ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ତ୍ରିନାଥ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଓ ଉପ ଜିଲ୍ଲାପାଳ ଡଃ ଅକ୍ଷୟ କୁମାର ଖେମୁଣ୍ଡୁ ମଞ୍ଚାସୀନ ଥିଲେ। ସେହିପରି ଶ୍ରୀମତୀ ଷଡ଼ଙ୍ଗୀ ଜିଲ୍ଲା ପାଠାଗାରରେ ପ୍ରତିଷ୍ଠା ହୋଇଥିବା ଲକ୍ଷ୍ୟ କୋଚିଂ ସେଣ୍ଟରକୁ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଉପସ୍ଥିତ ଥିଲେ। ଏହି କେନ୍ଦ୍ର ନୀତି ଆୟୋଗ ଦ୍ଵାରା ଆକାଂକ୍ଷା ଜିଲ୍ଲା ପାଇଁ ପ୍ରଦତ୍ତ ଅର୍ଥ ରାଶିରେ ଆରମ୍ଭ କରାଯାଇଛି। ଏଠାରେ ଆଶାୟୀ ଯୁବଗୋଷ୍ଠୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରାଯାଉଛି। ଏହି କେନ୍ଦ୍ର ରେ କମ୍ପ୍ୟୁଟର ଶିକ୍ଷା, ବୃତ୍ତି ଚୟନ ନିମନ୍ତେ ମାର୍ଗ ଦର୍ଶନ, ବ୍ୟକ୍ତିତ୍ଵ ବିକାଶ ନିମନ୍ତେ ପ୍ରଶିକ୍ଷଣ ଓ ପାଠାଗାରର ସୁବିଧା ରହିଛି। ଶ୍ରୀମତୀ ଷଡ଼ଙ୍ଗୀ ଓ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ଓ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମନା କରିଥିଲେ। ଏଠାରେ ଆଶାୟୀ ଯୁବଗୋଷ୍ଠୀଙ୍କୁ ଓପିଏସସି, ରେଲୱେ, ବ୍ୟାଙ୍କିଂ, ଡାକସେବା, ସିଜିଏଲ ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ଦେୟମୁକ୍ତ ଅନଲାଇନ ଓ ଅଫଲାଇନ ଶିକ୍ଷା ଦିଆଯାଉଛି।

ad-week
Leave A Reply

Your email address will not be published.