ଛତ୍ରପୁର ତାମ୍ପରା ହ୍ରଦ ରେ ବୁଡି ଜଣେ ମହିଳା ମୃତ…

add-all

ଛତ୍ରପୁର : ଛତ୍ରପୁର ନିକଟ ତାମ୍ପରା ହ୍ରଦ ରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (34) l ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ନିଜର ଜଣେ ସମ୍ପର୍କୀୟ ନଣନ୍ଦ ବନି ବେହେରାଙ୍କ ସହ ତାମ୍ପରା ହ୍ରଦ ଆର ପଟେ ଥିବା ବଣ କୁ ଏକ ଡ଼ଙ୍ଗା ଯୋଗେ କାଠ ଆଣିବାକୁ ଯାଇଥିବା ବେଳେ ଡ଼ଙ୍ଗା ଟି ଓଲଟି ପଡିବାରୁ ଦୁହେଁ ପାଣିରେ ବୁଡି ଯାଇଥିଲେ l ପରେ ନଣନ୍ଦ ବନି ବେହେରା ସୁରକ୍ଷିତ ଭାବେ ଉଦ୍ଧାର ହେବା ପରେ ଭାଉଜ ପୁଷ୍ପା ବେହେରା ପାଣିରେ ବୁଡି ଯାଇଥିଲେ l ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହ୍ରଦ ଭିତରେ ଖୋଜାଖୋଜି କରିବା ପରେ ପୁଷ୍ପାଙ୍କ ମୃତ ଙ୍କୁ ଦେହ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିଲେ l

ad-week
Leave A Reply

Your email address will not be published.