ମହେଶ୍ବର ମହାନ୍ତି ଅସୁସ୍ଥ, ଆଶୁ ଆରୋଗ୍ୟ କାମନା କରି ବିଜେଡି ପକ୍ଷରୁ ସିଂହଦ୍ଵାର ସମ୍ମୁଖରେ ଦୀପ ପ୍ରଜ୍ୱଳନ…

add-all

werwe

ପୁରୀ: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତି ଗୁରୁତର ଭାବେ ଅସୁସ୍ଥ। ମହେଶ୍ବର ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବିଜେଡି ତରଫରୁ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇଛି। ଗତ ୩୧ ତାରିଖରେ ସେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

ପୁରୀର ଶତାଧିକ ମହିଳା ଓ ପୁରୁଷ କର୍ମୀମାନେ ସିଂହଦ୍ଵାର ସମ୍ମୁଖରେ ଏକତ୍ରିତ ହୋଇ ହାତରେ ଦୀପ ଧରି ମହେଶ୍ୱରଙ୍କ ଶୀଘ୍ର ସୁସ୍ଥତା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାଥନା କରିଥିଲେ। ମହେଶ୍ୱର ମହାନ୍ତି ଜଣେ ପୁରୁଖା ନେତା, ଜଣେ ଦକ୍ଷ ସଂଗଠକ ଓ ପୁରୀର ବିକାଶ କାର୍ଯ୍ୟରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ଖୁବଶୀଘ୍ର ସେ ସୁସ୍ଥ ହୋଇ ଏସବୁ କାର୍ଯ୍ୟ ପୁର୍ନବାର ସମ୍ପାଦିତ କରନ୍ତୁ ବୋଲି ପୁରୀ ସହର ବିଜେଡି ତରଫରୁ ମହାପ୍ରଭୁଙ୍କ ନିକଟରେ ପ୍ରାଥନା କରାଯାଇଛି।

ଦୁଇଦିନ ପୂର୍ବରୁ ମହେଶ୍ୱର ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ କରାଯାଉଛି। ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରା ଯାଉଥିବା ସୂଚନା ମିଳିଛି। ଗତ ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି। ପୁରୀର ପୂର୍ବତନ ବିଧାୟକ ଥିଲେ ମହେଶ୍ବର ମହାନ୍ତି।

ad-week
Leave A Reply

Your email address will not be published.