ଛତିଶଗଡ଼ରେ ବିଜେପିର ‘ସଂକଳ୍ପ ପତ୍ର’ ଜାରି, ରାମଲଲାଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଯୋଜନା…

newyr25

mani

ରାୟପୁର: ଛତିଶଗଡ଼​‌ରେ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଜାରି କରିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ଇସ୍ତାହାର ଲୋକାର୍ପଣ କରିଥିଲେ। ଅମିତ ଶାହ କହିଛନ୍ତି ଯେ, ବିଜେପିର ଘୋଷଣା ପତ୍ର ‘ସଙ୍କଳ୍ପ ପତ୍ର’ ହୋଇଥାଏ। ଆଗାମୀ ପାଞ୍ଚ ବର୍ଷରେ ଆମେ ଛତିଶଗଡ଼କୁ ପୂର୍ଣ୍ଣ ବିକଶିତ କରିବୁ।

କେନ୍ଦ୍ରୀୟ ଗୃହମନ୍ତ୍ରୀ କହିଛନ୍ତି ଯେତବେଳେ ଛତିଶଗଡ଼ରେ ବିଜେପିର ସରକାର ଥିଲା ସେତେବେଳେ ଆମେ ଛତିଶଗଡ଼ରୁ ନକ୍ସଲବାଦକୁ ସମାପ୍ତ କରିଥିଲୁ। ସେ ବିରୋଧୀଙ୍କ ଟାର୍ଗେଟ କରି କହିଛନ୍ତି ଯେ, ଛତିଶଗଡ଼ର ସରକାର ଜାତିବାଦ ଏବଂ ତୁଷ୍ଟିକରଣରେ ଲିପ୍ତ। ଛତିଶଗଡ଼ର ବିକାଶରେ ଭୂପେଶ ବଘେଲ ସବୁଠୁ ବଡ଼ ବାଧା। ସେହିଭଳି ଏହି ନିର୍ବାଚନୀ ଇସ୍ତାହାରରେ, ସମିତି ସଂଯୋଜକ ବିଜୟ ବଘେଲ ବୋଲ କହିଛନ୍ତି ଯେ, ଅଗଷ୍ଟ ୩ରୁ ନଭେମ୍ବର ୩, ତିନି ମାସରେ ପ୍ରସ୍ତୁତ କରାଯାଇଛି।  ଏଥିରେ ୩୫ ସଦସ୍ୟ ଥିଲେ। ସମାଜର ସବୁ ବର୍ଗରୁ ରାୟ ନିଆଯାଇଛି। ୨ ଲକ୍ଷରୁ ଅଧିକ ପରାମର୍ଶ ଆସିଥିଲା।

ତେବେ ଛତିଶଗଡ଼ ପାଇଁ ଜାରି କରିଥିବା ସଂକଳ୍ପ ପତ୍ରରେ ବିବାହିତ ମହିଳାଙ୍କୁ ୧୨ ହଜାର ଟଙ୍କା, ୧୮ ଲକ୍ଷ ପିଏମ ଆବାସ ଯୋଜନା ଘର, ପ୍ରତି ବ୍ୟାଗ୍‌ କେନ୍ଦୁପତ୍ର ୫୫୦୦ ଟଙ୍କା ଏବଂ ଅତିରିକ୍ତ ସଂଗ୍ରହ ପାଇଁ ୪୫୦୦ ଟଙ୍କା ବୋନସ୍‌, ଆୟୁଷ୍ମାନ ଭାରତ ଯୋଜନା, ଏହା ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଯୋଜନା, ୫୦୦ ନୂଆ ଜନ ଔଷଧୀ କେନ୍ଦ୍ର, ଦୁର୍ନୀତି ମୁକ୍ତି ପିଏଏସି, ଦିଲ୍ଲୀ ଏନସିଆର ଆଧାରରେ HCR ପ୍ରସ୍ତୁତ, ଭିଲାଇକୁ ମିଶ୍ରଣ କରି ରାୟପୁର ଦୁର୍ଗ ନିର୍ମାଣ, ୫୦୦ ଟଙ୍କାରେ ଗ୍ୟାସ ସଂଯୋଗ, କଲେଜ ଛାତ୍ରମାନଙ୍କୁ ବସ୍ ସୁବିଧା, ଛତିଶଗଡ଼ର ଗରିବ ଲୋକଙ୍କୁ, ରାମଲାଲାଙ୍କ ଦର୍ଶନ ପାଇଁ ରାମଲଲା ଦର୍ଶନ ଯୋଜନା ଇତ୍ୟାଦି ରହିଛି।

Leave A Reply

Your email address will not be published.