ଆଜାଦ ଭାରତର ଆଜାଦ ନାଗରିକକୁ ନେଟ ସେବା ମୁଳୁନି… !

add-all


କମ୍ପାନୀ ଠିକ ଟଙ୍କା ନେଉଛି ଠିକ ସେବା ଦେଉନି……

.
ବ୍ରହ୍ମପୁର : ଡିଜିଟାଲ ଇଣ୍ଡିଆ ର ଦ୍ୱାହି ଦେଇ ବିଭିନ୍ନ କମ୍ପାନୀ ମାନେ ଠିକ ଟଙ୍କା ନେଇ ଠିକ ସେବା ଯୋଗାଉନଥିବା ରୀତିମତ ଅଭିଯୋଗ ହେଉଛି। ଘରୋଇ କମ୍ପାନୀ ମାନେ ଫୋର ଜି ଫାଇବ ଜି ପାଇଁ ଗ୍ରାହକ ଙ୍କ ଠାରୁ ପ୍ରଥମେ ଟଙ୍କା ନେଉଛନ୍ତି। ସହରାଞ୍ଚଳ ଠାରୁ ଗ୍ରମାଞ୍ଚଳ ପର୍ଯ୍ୟନ୍ତ ଅଧିକାଂଶ ସମୟ ନେଟ ସ୍ଲୋ ରହୁଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। କେଉଁଠି ନେଟୱାର୍କ ଆସୁନି ତ କେଉଁଠି ନେଟ ଆସୁନଥିବା ଯୋଗୁଁ ସାଧାରଣ ଲୋକେ ଭାଗ୍ୟ କୁ ଆଦରି ଚୁପ ରହିବାକୁ ବାଧ୍ୟ ହେଉଛନ୍ତି। ୟେ ତ ଗଲା ଘରୋଇ କମ୍ପାନୀ ର କଥା ଭାରତ ସଂଚାର ନିଗମ ର ଲଗାମ ସରକାର ଙ୍କ ହାତରେ ଥାଇ ମଧ୍ୟ ସରକାର କେବେ ବି ଲୋକଙ୍କ କଥା ଚିନ୍ତାକରୁ ନାହାନ୍ତି। ଫଳରେ ଗ୍ରାହକ ଙ୍କୁ ଘରୋଇ କମ୍ପାନୀ ମାନେ ବିଭିନ୍ନ ଆଳ ଦେଖାଇ ନିଜର ନେଟୱାର୍କ ଓ ଅଧିକ ଜିବି ଡାଟା ଦେବାର ପ୍ରଲୋଭନ ରେ ଚିତ୍ତ ପଟଙ୍ଗ କରୁଥିବା ଚର୍ଚ୍ଚା ହେଉଛି। ଏହି ଠକାମୀ ର ଖେଳ ଧନୀକ ଶ୍ରେଣୀ ଓ ଗରିବ ଦିନ ମଜୁରିଆ ସହ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ଆଜି କାଲି ସବୁ ବର୍ଗର ଲୋକଙ୍କ ହାତରେ ମୋବାଇଲ ଅଛି।ଏହାର ସୁଯୋଗ କମ୍ପାନୀ ମାନେ ଶୋଷଣ କରୁଥିଲେ ମଧ୍ୟ ସରକାର ଦଳର ପାଣ୍ଠି ସଂଗ୍ରହ ରେ ବ୍ୟସ୍ତ ଥିବା ଯୋଗୁଁ ଆଜି ଏହି ଅବସ୍ଥା ହୋଇଛି ବୋଲି ଲୋକେ କହୁଛନ୍ତି।

ad-week
Leave A Reply

Your email address will not be published.