ବିଦାୟ ନେଲେ ମା’ ଗଜଲକ୍ଷ୍ମୀ : ପୁଣି ଆରବର୍ଷକୁ ଅପେକ୍ଷା

add-all

ଛତ୍ରପୁର : ପବିତ୍ର କୁମାର ପୁର୍ଣିମା ଠାରୁ ଛତ୍ରପୁର ଲୋୟାର ବସ ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଚାଲିଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜା ଶୁକ୍ରବାର ଉଦଯାପିତ ହୋଇଯାଇଛି l ଏହି ପୂଜା ଗତ ୨୩ବର୍ଷରୁ ଉର୍ଧ୍ଵ ସମୟ ଧରି ପୂଜା କମିଟି ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବେଶ ଧୁମ ଧାମ ରେ ମାଙ୍କ ପୂଜା ଆୟୋଜନ କରାଯାଇଥିଲା l ପ୍ରତ୍ୟେକ ଦିନ ପଣ୍ଡିତ ଡ଼ଃ ସରୋଜ କୁମାର ଶତପଥି ଓ ନୃସିଂହ ଚରଣ ପଣ୍ଡା ଙ୍କ ପୌରହିତ ରେ ସୂର୍ଯ୍ୟପୂଜା, ଗ୍ରହପୂଜା, ଗଜଲକ୍ଷ୍ମୀଙ୍କ ଷୋଡଶପଚାର, ସନ୍ଧ୍ୟାରେ ମାଙ୍କ 108 ଆଳତି, ହୋମ ଓ ପୂଜା ଆଦି ଅନୁଷ୍ଠିତ ହେଉଥିବା ବେଳେ ଆଜି ଏହାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ. ପ୍ରବୀଣ କୁମାର, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢ଼ୀ, ସନ୍ତୋଷ ଚୌଧୁରୀ,ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା,ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କେ ଶ୍ରୀନିବାସ ଦୋରା, ଆନ୍ତର୍ଜାତିକ କ୍ରୀଡ଼ାବିତ ଭି. ରମେଶ ରାଓ ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.