ସ୍କୁଲ ବେଲ ବଜାଇବା ଛାତ୍ର କୁ ମହଙ୍ଗା ପଡ଼ିଲା :ଦିଦି ର ମାଡ଼ ରେ ଲହୁ ଲୁହାଣ ଛାତ୍ର,ଥାନା ରେ ଅଭିଯୋଗ…

add-all

ଏହାହିଁ ସରକାର ଙ୍କ ଦଣ୍ଡ ମୁକ୍ତ ଅଞ୍ଚଳ….
ବ୍ରହ୍ମପୁର: ୪-୧୧ ଛାତ୍ର କୁ ମାଡ଼ ମାରି ଦିଦି ଅଡୁଆରେ ଥାନାରେ ମାମଲା। ଆସିକା ମୁକୁନ୍ଦ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ର ଛାତ୍ର ବିଦ୍ୟାଳୟ ର ଘଣ୍ଟି ବଜାଇବା ଯୋଗୁଁ ଶିକ୍ଷୟତ୍ରୀ ମାଡ଼ ମାରି ଠେଲିଦେବା ଯୋଗୁଁ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ର କୁ ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ଓ ପିତା ଆସିକା ସରକାରୀ ଚିକିତ୍ସାଳୟ କୁ ନେଇଥିଲେ। ଏନେଇ ଆସିକା ଥାନା ରେ ଛାତ୍ର ର ପିତା ଅନୁଜ କୁମାର ଜେନା ଅଭିଯୋଗ କରିଛନ୍ତି। ସରକାର ବିଦ୍ୟାଳୟ ଗୁଡ଼ିକୁ ଦଣ୍ଡ ମୁକ୍ତ ବୋଲି ଘୋଷଣା କରିଥିଲେ ମଧ୍ୟ ଏହି ନିୟମ କୁ କେତେକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମାନୁନଥିବା ଯୋଗୁଁ ଆଜି ଏହି ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ସରକାର ଙ୍କ ନାରା କେବଳ କାଗଜ କଲମରେ ସୀମିତ ରହିଛି, ପିଲାଙ୍କୁ ଆମୋଦ ଦାୟକ ଶିକ୍ଷା ର ଖୋଲା ଖୋଲି ଉଲଂଘନ କରିଛନ୍ତି,ଏହି ଦିଦି।ଆଜି ସକାଳେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଆହତ ଛାତ୍ର କୁ ନ୍ୟାୟ ଦେବାକୁ ଦାବୀ କରି ବିଦ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଛନ୍ତି। ଘଟଣା ସ୍ଥଳରେ ବ୍ଲକ ଶିକ୍ଷା ଅଧିକାରୀ ପୋଲିସ ପହଞ୍ଚି ଅଭିବାହାକ ଓ ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ସୁଝା କରୁଥିବା ଦେଖିବାକୁ ମିଳିଛି। ଛାତ୍ର କୁ ମାଡ଼ ମାରି ଶିକ୍ଷୟତ୍ରୀ ଆଜି ବିଦ୍ୟାଳୟ କୁ ଆସିନଥିବା ଜଣା ପଡ଼ିଛି। ଛାତ୍ର କୁ ମାଡ଼ ମାରିବା ଘଟଣା କୁ ନେଇ ମୁକୁନ୍ଦପୁର ରେ ଉତ୍ତେଜନା ଲାଗିରହିଛି।

ad-week
Leave A Reply

Your email address will not be published.