ନଭେମ୍ବର ୬ରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା

add-all

flight-1

ଭୁବନେଶ୍ୱର/କୋରାପୁଟ: ନଭେମ୍ବର ୬ ତାରିଖରୁ ଭୁବନେଶ୍ୱର-ଜୟପୁର ମଧ୍ୟରେ ଆରମ୍ଭ ହେବ ଦ୍ବିତୀୟ ବିମାନ ସେଵା। ସପ୍ତାହକୁ ସୋମବାର ଓ ଶୁକ୍ରବାର ଏହି ଦୁଇ ଦିନ ଉଡ଼ିବ ବିମାନ। ଏନେଇ ଟ୍ବିଟ୍ କରି ସୂଚନା ଦେିଇଛି ବିମାନ ସେବା ଯୋଗାଉଥିବା ସଂସ୍ଥା ଇଣ୍ଡିଆ ଓ୍ବାନ୍ ଏୟାର। ପ୍ରାରମ୍ଭିକ ଅଫରରେ ମାତ୍ର ୨୯୯୯ ଟଙ୍କାରେ ଯାତ୍ରା କରି ପାରିବେ ଯାତ୍ରୀ। ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଏହି ବିମାନ ଚାଲିବ।
ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏହି ବିମାନ ଭୁବନେଶ୍ବରରୁ ସକାଳ ୭ଟା ୧୦ ମିନିଟରେ ବାହାରି ଜୟପୁରରେ ୮ ଟା ୪୫ ମିନିଟରେ ପହଞ୍ଚିବ। ସେହିପରି ଭାବରେ ଜୟପୁରରୁ ସକାଳ ୯ଟାରେ ବାହାରି ଭୁବନେଶ୍ବରରେ ୧୦ଟା ୩୫ ମିନିଟରେ ପହଞ୍ଚିବ ବୋଲି ଇଣ୍ଡିଆ ୱାନ୍‌ ଏୟାର ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିମାନ ସେବା ଯୋଗାଇବାରେ ଆର୍ଥିକ ଭାବରେ ରାଜ୍ୟ ସରକାର ସହଯୋଗ କରିବେ। ପୂର୍ବରୁ ପ୍ରଥମ ବିମାନ ୬ଦିନ ବିମାନ ସେବା ଯୋଗାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଏହା ୩ ଦିନ ସେବା ଯୋଗାଉଥିଲା। ଗତବର୍ଷ ଅକ୍ଟୋବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

ad-week
Leave A Reply

Your email address will not be published.