ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ଠକିନେଲେ ୧୫ କୋଟି…

add-all

xz

ସୁନ୍ଦରଗଡ଼: ଚାକିରି ନାଁରେ ସାଂଘାତିକ ଠକେଇ। ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବାକୁ କହି ରାଜ୍ୟର ପ୍ରାୟ ୧୨ ଶହ ଯୁଵକଯୁବତୀଙ୍କ ଠାରୁ ଠକି ନେଲେ ପ୍ରାୟ ୧୫ କୋଟି ଟଙ୍କା। ସେଥିମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବି ଅନେକ ଯୁବକଯୁବତୀ ରହିଛନ୍ତି। ସେମାନଙ୍କୁ ପଞ୍ଚାୟତିରାଜ ବିଭାଗରେ ଚାକିରି କରାଇ ଦେବାର ଆଶା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ହୋଇଛି। ଆଶାୟୀଙ୍କୁ ନକଲି କାର୍ଯ୍ୟାଦେଶ, ପଞ୍ଚାୟତ ମିତ୍ର, ବ୍ଲକ ସଂଯୋଜକ, ଜିଲ୍ଲା ପଦ ପାଇଁ ଅଫର ଲେଟର୍।
ସେହିପରି ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନକଲି ଚିଠି କରାଯାଇ ରାଜ୍ୟର ହଜାର ହଜାର ଯୁବକ ଯୁବତୀଙ୍କୁ ଚୂନା ଲାଗଇଛନ୍ତି ଠକ। ଯେଉଁ ଚିଠି ସାମ୍ନାକୁ ଆସିଛି ସେଥିରେ ଲେଖାଯାଇଛି ଯେ ରାଜ୍ୟର ଧର୍ମା ବୋଲି ଏକ ସଂସ୍ଥାକୁ ବିଭାଗର ବିଭିନ୍ନ ଯୋଜନାଗୁଡ଼ିକ ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ରାଜ୍ୟର ପ୍ରମୁଖ ପଞ୍ଚାୟତରେ ପଞ୍ଚାୟତ ମିତ୍ର, ବ୍ଲକରେ ବ୍ଲକ ସଂଯୋଜକ, ଜିଲ୍ଲା ସ୍ତରରେ ଜିଲ୍ଲା ସଂଯୋଜକ ନିଯୁକ୍ତି କରାଯିବ। ଏହି ଚିଠିକୁ ଆଧାର କରି ଆରମ୍ଭ ହୋଇଛି ଚାକିରି ଦେବା ନାଁରେ ଟଙ୍କା କାରବାର।
ଓଡ଼ିଶାର ୪ଟି ଜୋନ୍ ପାଇଁ ୪ ଜଣ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ ପଞ୍ଚାୟତ ମିତ୍ର ପାଇଁ ୧ଲକ୍ଷ ୨୦ ହଜାର, ବ୍ଲକ ସଂଯୋଜକ ପାଇଁ ୧ ଲକ୍ଷ ୭୦ ହଜାର ଏବଂ ଜିଲ୍ଲା ସଂଯୋଜକ ପାଇଁ ୨ ଲକ୍ଷ ଟଙ୍କା। ଏହି ଭଳି ପୁରା ରାଜ୍ୟରୁ ୧୨୦୦ ପିଲାଙ୍କୁ ଚାକିରିର ଅଫର ଲେଟର ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ରହିଛି। ଯୋଜନା ମୁତାବକ ଏଜେନ୍ସିମାନେ ନିଜ ନିଜ ଅଞ୍ଚଳରୁ ବେକାର ଯୁବକଯୁବତୀମାନଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କଠାରୁ ଚାକିରି ପାଇଁ ମୂଲଚାଲ କରି ସିଭି ନେଇ ନିଜ ଅଞ୍ଚଳର ନିର୍ଦ୍ଦେଶକମାନଙ୍କୁ ପ୍ରଦାନ କରିଥିଲେ। ଏହାର କିଛି ଦିନ ପରେ ପର୍ଯ୍ୟାୟକ୍ରମେ ଗ୍ରୁପ ଗଠନ କରି ଓ ପିଲାମାନଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଡକାଯାଇଥିଲା ଯୋଗଦାନ ପାଇଁ। ଆଉ ସେଠାରେ ପ୍ରଥମେ ପଦ ଅନୁସାରେ ଟଙ୍କା ନେଇ ଓ ଅଫର ଲେଟର ଦିଆଯାଇଥିଲା ବୋଲି ଅଭିଯୋଗ ରହିଛି।

ad-week
Leave A Reply

Your email address will not be published.