ପିନେ କେଲିୟେ ପାନି କ୍ଷେତ କେଲିୟେ ପାନି ନାରା ଫେଲ : ନିର୍ମିତ ପ୍ରକଳ୍ପ ଅଲୋଡ଼ା !

add-all

ଦୂଷିତ ପାଣି ପିଇ କର୍ଣ୍ଣୋଳି ଲୋକେ ହନ୍ତସନ୍ତ…
ବ୍ରହ୍ମପୁର : ଆସିକା ବ୍ଳକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ର କର୍ଣ୍ଣୋଳି ଗ୍ରାମ ରେ ୨୦୧୮ ମସିହା ରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷ ରୁ ପ୍ରାୟ ୯୦ ଲକ୍ଷ ଟଙ୍କା ବ୍ୟୟ ରେ ଗ୍ରାମ କୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଠିକ ଭାବରେ ନିର୍ମାଣ ହୋଇନଥିବା ଓ ନିମ୍ନ ମାନର ପାଇପ ବିଛା ହୋଇଥିଲା। ଗ୍ରାମ ର ଡ୍ରେନ ମଧ୍ୟରେ ପାଇପ ବିଛାଯାଇଛି। ପାଇପ ନିମ୍ନ ମାନର ହୋଇଥିବା କାରଣରୁ ତାହା ବାରମ୍ବାର ଫାଟି ସେଥିରେ ଡ୍ରେନ ର  ପଚା ପାଣି ପଶି ପାଣି କୁ ଦୂଷିତ କରୁଛି। ସେହି ଦୂଷିତ ପାଣି ପିଇ ଗ୍ରାମବାସୀ ନାନା ରୋଗରେ ପଡୁଛନ୍ତି। ଏହି ବିଷୟ ରେ ଗ୍ରାମ ବାସୀ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀ ଙ୍କୁ ଅଭିଯୋଗ କରିବା ଏବଂ ଖଣ୍ଡଦେଉଳି ପଞ୍ଚାୟତ ର ସରପଞ୍ଚ ଆରତୀ ଦେବୀ ସମିତି ବୈଠକରେ ପାନୀୟ ଜଳ ପାଇଁ ଗ୍ରାମବାସୀ ହନ୍ତସନ୍ତ ହେଉଥିବା ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଏଭଳି ସ୍ଥିତି ରେ ପ୍ରକଳ୍ପ ଥାଇ ମଧ୍ୟ ପାନୀୟ ଜଳ ପାଇଁ ଲୋକ ବହୁ କଷ୍ଟ ସହୁଛନ୍ତି। ଗ୍ରାମ ର ଜନ ସଂଖ୍ୟା ଦୁଇ ହଜାର ରୁ ଅଧିକ। ଗ୍ରାମ ବାସୀ ବାରମ୍ବାର ଅଭିଯୋଗ ପରେ କୌଣସି ସୁଫଳ ନ ମିଳିବା କାରଣରୁ ଗ୍ରାମବାସୀ ଏବେ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ବେଳେ ଠିକଭାବ କାମ ହୋଇ ନଥିବା ଓ ନିମ୍ନ ମାନର ପାଇପ କାରଣରୁ ଗ୍ରାମବାସୀ ସୁବିଧା ରେ ପିଇବା ପାଣି ପାଉନାହାନ୍ତି। ସରକାର ପାନୀୟ ଜଳ ଯୋଗାଣ ପାଇଁ ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। ତାହା ଠିକ ଭାବେ କାର୍ଯ୍ୟରେ ଲାଗୁ ନାହିଁ। ପାନୀୟ ଜଳ ପ୍ରକଳ୍ପ ର ଠିକ କରିବା ନେଇ ୫ ଟି ଅଧ୍ୟକ୍ଷ ଙ୍କୁ ଅଭିଯୋଗ କରିବେ ବୋଲି ସରପଞ୍ଚ ଶ୍ରୀମତୀ ସ୍ଵାଇଁ କହିଛନ୍ତି। ନିର୍ବାଚିତ ପ୍ରତିନିଧି ଙ୍କ ଅଭିଯୋଗ ପରେ ବି ଏହି ପ୍ରକଳ୍ପ ଏବେ ଅଲୋଡ଼ା ହୋଇଛି।

ad-week
Leave A Reply

Your email address will not be published.