୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ଲକ୍ଷ୍ନୌ ଅଭିମୁଖେ ଯାତ୍ରାରୁ ଫେରି ଥିବା ଦଳ କୁଭବ୍ୟ ସମ୍ବର୍ଦ୍ଧନା କାର୍ଯକ୍ରମ…

add-all

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ ବନାନୀ କ୍ଲବ ଫୁଲବାଣୀ ଠାରେ ନେହେରୁ ୟୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୫ ତମ ଯୁବ ଆଦିବାସୀ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିବା ଦଳ ର ସ୍ଵାଗତ ସମ୍ବର୍ଦ୍ଧନା କାର୍ଯକ୍ରମ ଅନୁଷ୍ଟିତ ହୋଇ ଥିଲା l ଅନୁଷ୍ଠିତ କାର୍ଯ୍ଯକ୍ରମ କୁ ମୂଖ୍ୟ ଅତିଥି ଭାବରେ ସିଆର ପି ଏଫ ଅଧିକାରି ରାମ କୁମାର୍ ଶର୍ମା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ

ସିଆରପିଏଫ ରବି ଗୌରୀ ଶଙ୍କର ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଵନୀତ କୁମାର ସହକର୍ମୀ ସତ୍ୟବାନ୍ ଦଳବେହେରା ପ୍ରମୁଖ ଯୋଗ ଦେଇ l ଏହି ଦଳ ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା 15 ତମ ଆଦିବାସୀ ଭାବ ବିନିମୟ କାର୍ଯକ୍ରମରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲାର ସୁନାମ ଅର୍ଜନ କରିଛନ୍ତି l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମର ମୁଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଭାଇ ଭଉଣୀ ମାନଙ୍କୁ ଅବଗତ କରାଇଥିଲେ lଏହି କାର୍ଯ୍ଯକ୍ରମ ପାଇଁ କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକର ୨୦ ଜଣ ଆଦିବାସୀ ଯୁବକ ଯୁବତୀ ଓ ବାଲିଗୁଡ଼ା ବ୍ଲକର 20 ଜଣ ଯୁବକ ଯୁବତୀ ଯାତ୍ରା କରୁଛନ୍ତି, ତା ସହିତ ଏସୋକ୍ଟ ଭାବରେ ୧୨୭ ସି ଆର୍ ପି ଫେ ବାଟାଲିୟନ ର ବିଲାସ ପଣ୍ଡା, ଏ ସ କେ ହୁଶିନ ବେଲ ଯାତ୍ରା କରୁଥିଲେ l ଏହି କାର୍ଯ୍ୟକ୍ରମଟି ତା୨୭ /୧୦/୨୦୨୩ ରିଖ ଠାରୁ ୨/୧୧ /୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା l ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଏବଂ ଉପସ୍ଥିତ ଥିବା ପ୍ରତିଯୋଗୀ ମାନଙ୍କୁ ସ୍ଵାଗତ କରିଥିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.