
ଫୁଲବାଣୀ : ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବିଜେଡିର ପୁନର୍ବିନ୍ୟାସ କରାଯାଇଛି । ବିଜେଡି ସଂଗଠନସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତ ସମ୍ବଳିତ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ସାଲୁଗା ପ୍ରଧାନଙ୍କୁ କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେହିପରି ରାଜୀବ ପାତ୍ରଙ୍କୁ କନ୍ଧମାଳ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦାୟିତ୍ଵ ମିଳିଛି। ଏଥି ସହିତ ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କୁ
ବିଜେଡି ରାଜ୍ୟ ସାଧାଣର ସମ୍ପାଦକ ଭାବେ ନିଯୁକ୍ତ କରାଯାଇଥିବା ବେଳେ ବାଲିଗୁଡାର କ୍ଳେଶ ପ୍ରଧାନ ଙ୍କୁ ଜି. ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ବ୍ରହ୍ମପୁରର ଅଜୟ ମହାରଣାଙ୍କୁ ବାଲିଗୁଡ଼ା ବିଧାନସଭା କ୍ଷେତ୍ରର ପର୍ଯ୍ୟବକ୍ଷେକ ଦାୟିତ୍ୱ ଦିଆଯାଇଛି।ଅପରପକ୍ଷେ ପିପିଲିର କିଶୋର ଛୋଟରାୟ ଫୁଲବାଣୀ ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ,ଟୁନା ଦାସ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରସହସଂଯୋଜକ,ବର୍ତମାନର ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷା ଅନିମା କହଁରଙ୍କୁ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପୁନମ କହଁରଙ୍କୁ ବିଜୁ ମହିଳା ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଛି ଏବଂ ଦଶପଲ୍ଲାର ସଂଯୁକ୍ତା ଦାସଗୁପ୍ତାଙ୍କୁ କନ୍ଧମାଳ ବିଜୁ ମହିଳା ଜନତା ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଦାୟିତ୍ବ ପ୍ରଦାନ କରାଯାଇଛି। ଖବର ପ୍ରସାର ପରେ ଫୁଲବାଣୀ ନଗର ସଭାପତି ବିମଳ ପାଢୀ, ଯୁବ ସାଧାରଣ ସମ୍ପାଦକ ପ୍ରିୟ ରଞ୍ଜନ ମିଶ୍ର, ସମ୍ପାଦକ ସୂରଜ କୁମାର ମହାନ୍ତି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି l