ମୋବାଇଲ ଭ୍ୟାନରେ ବିକ୍ରି ହେବ ‘ଭାରତ ଅଟା’…

add-all

atta

ନୂଆଦିଲ୍ଲୀ : ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ସଂପର୍କରେ ଘୋଷଣା କରିବାର ଦୁଇଦିନ ପରେ ମୋଦୀ ସରକାର ଆଉ ଏକ ବଡ଼ ଘୋଷଣା କରିଛନ୍ତି । ସରକାର ସାରା ଦେଶରେ କିଲୋ ପିଛା ୨୭ ଟଙ୍କା ୫୦ ପଇସା ଦରରେ ଅଟା ବିକ୍ରି କରିବେ । ଏହାର ନାଁ ରଖାଯାଇଛି ଭାରତ ଅଟା । ମୋବାଇଲ ଭ୍ୟାନ ମାଧ୍ୟମରେ ସବୁ ରାଜ୍ୟରେ ଏହି ଅଟା ବିକ୍ରି କରାଯିବ ।

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୋମବାର ଦିଲ୍ଲୀରେ ଅଟା ଡେଲିଭରି ଯାନ (ମୋବାଇଲ୍ ଭ୍ୟାନ୍)କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଭାରତ ଅଟା ୧୦ କେଜି ୩୦ କେଜି ପ୍ୟାକରେ ଉପଲବ୍ଧ ହେବ।

ଏହି ଅଟା ସାରା ଦେଶରେ ୨ ହଜାର ଆଉଟଲେଟରେ ଉପଲବ୍ଧ ହେବ । ଏହାକୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍), ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନ୍ସିସିଏଫ୍), ସଫାଲ, ମଦର ଡାଏରୀ ଏବଂ ଅନ୍ୟାନ୍ୟ ସମବାୟ ଅନୁଷ୍ଠାନ ମାଧ୍ୟମରେ ବିକ୍ରି କରାଯିବ।

ଏଥିପାଇଁ ବିଭିନ୍ନ ସରକାରୀ ସଂସ୍ଥାକୁ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଆବଣ୍ଟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ଖାଉଟି ବ୍ୟାପାର ବିଭାଗର ସୂଚନା ଅନୁଯାୟୀ, ଏବେ ଦେଶରେ ଅଟାର ହାରାହାରି ଦର କିଲୋ ପିଛା ୩୫ ଟଙ୍କା ରହିଛି।

ad-week
Leave A Reply

Your email address will not be published.