
ଚିକିଟୀ : ଚିକିଟୀ ବ୍ଲକ ଉପକୁଳବର୍ତ୍ତୀ ସୁନାପୁର ଠାରେ ବ୍ଲକ ସ୍ତରୀୟ ସୁନାମୀ ବିପର୍ଯୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୋଷ୍ଟୀ ଉର୍ନୟନ ଅଧିକାରୀ ପ୍ରମୋଦ କୁମାର ନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ସମ୍ମାନୀୟ ଅତିଥି ଭାବେ ଆୟୁଷି ପତି ଡେପୁଟି କଲେକ୍ଟର, ସିନିଅର ଡିଆରଆର କଂସୁଲତାନ୍ତ ମେଘନାଦ ବେହେରା, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଗତ ୨୦୦୪ ମସିହା ନଭେମ୍ବର ୫ ତାରିଖରେ ଭାରତ ମହାସାଗରର ସୃଷ୍ଟି ହୋଇ ଥିବା ସୁନାମୀ ଯୋଗୁଁ ଭାରତ, ଶ୍ରୀଲଙ୍କା,ଇଣ୍ଡୋନେସିଆ ଭଳି ଦେଶଗୁଡିକରେ ପ୍ରାୟ ଦୁଇ ଲକ୍ଷ ତିରିଶି ହଜାରରୁ ଉର୍ଦ୍ଧ ଲୋକ ମୃତ୍ୟୁ ବରଣ ସହ ହଜାର ହଜାର ପଶୁ ପକ୍ଷୀ, କୋଟି କୋଟି ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଥିବା କରୁଣ ଭୟଙ୍କର ଦୃଶ୍ୟ ଲୋକଙ୍କ ମନରୁ ଲିଭିନାହିଁ। ଏଣୁ ଏହାର ପୁନରାବୃତ୍ତି ନ ହେବା ପାଇଁ ସଚେତନ ରହି ସାମୁହିକ ଭାବେ କାର୍ଯ୍ୟ କରିଲେ ବିଶ୍ୱ ସୁନାମୀର ଭୟବହତାରୁ ରକ୍ଷା ପାଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ସମୁଦ୍ରତଟରେ ଥିବା ଏକସିଙ୍ଗି, କତୁରୁ ସୁନାପୁର ଇତ୍ୟାଦି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନବାଡି,ପି ଓ, ସ୍ବେଛାସେବୀ ଅନୁଷ୍ଠାନର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ଉପସ୍ଥିତ ପଞ୍ଚାୟତ ରାଜ ବିଭାଗର ପ୍ରତିନିଧି, ଏସ ଏସ ଜି ଗ୍ରୁପ ଓ ସ୍ବେଛାସେବୀଙ୍କୁ ସୁନାମୀ କଣ, ଏହାର ଭୟବହତା ସମ୍ପର୍କରେ ସଚେତନତା ଓ ସୁନାମୀ ଖୁବ ସମୟରେ ମାଡିଆସୁଥିବା ଯୋଗୁଁ ନିଜ ଜୀବନ ବଞ୍ଚାଇବା ସହ ମୂଲ୍ୟବାନ କାଗଜପତ୍ରକୁ କେମିତି ସମୁଦ୍ର ତଟ ଠାରୁ ଦୁଇ କିଲୋମିଟର ଦୂର ଉଚ୍ଚ ସ୍ଥାନକୁ ନେଇ ଆଶ୍ରୟ ସ୍ଥଳରେ ପହଁଞ୍ଚି ପରିବା ତାହା ଉପରେ ମାଷ୍ଟର ଟ୍ରେନର ଏନ. ରାଜେନ୍ଦ୍ର ଦୋରା, ଅଗ୍ନିଶମ ଅଧିକାରୀ ପ୍ରମୁଖ ପ୍ରଶିକ୍ଷଣ ଦେଇଥିବା ବେଳେ ଓଡ୍ରାଫ ବ୍ଲକ ମତ୍ସ୍ଯ ସାମ୍ପ୍ରସାରଣ ଅଧିକାରୀ, ବ୍ଲକ କଲ୍ୟାଣ ଅଧିକାରୀ, ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ ଏବିଡ଼ିଓ ଚକ୍ରଧର ପ୍ରଧାନ,ସି ଡି ପି ଓ ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।