ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତା : ହିଞ୍ଜିଳିକାଟୁ ବ୍ଳକକୁ ୬ଟି ସଫଳତା…

add-all


ହିଞ୍ଜିଳିକାଟୁ, (୬ା୧୧) : ବ୍ରହ୍ମପୁର ସ୍ଥିତ ଭିଭି ଗିରି ସରକାରୀ ମହିଳା ମାଧ୍ୟାମିକ ତାଲିମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଗଞ୍ଜାମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ବ୍ଳକୁ ୬ଟି ବିଭାଗରେ ସଫଳତା ମିଳିଛି । ବରିଷ୍ଠ ବିଭାଗ ବକୃତା ପ୍ରତିଯୋଗିତାରେ ଶାସନଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷ ଛାତ୍ରୀ ସ୍ମୃତିରାଣୀ ସାହୁ ପ୍ରଥମ ସ୍ଥାନ, ପ୍ରବନ୍ଧ ପ୍ରତିଯୋଗିତାରେ ଶାସନଆମ୍ବଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର +୨ ଦ୍ୱିତୀୟ ବର୍ଷ ଛାତ୍ରୀ ସନିତା ସାହୁ ପ୍ରଥମ ସ୍ଥାନ, ଚିତ୍ରାଙ୍କନ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ ଛାତ୍ର ଶୁଭବ୍ରତ ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବିଭାଗ ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ସ୍ଥାନୀୟ ବ୍ଳକ ବୁରୁପୋଡା ଭଗବତୀ ବିଦ୍ୟାପିଠର ୬ଷ୍ଠ ଶ୍ରେଣୀ ଛାତ୍ରୀ ପ୍ରତ୍ୟାଷା ମହାପାତ୍ର ପ୍ରଥମ ସ୍ଥାନ, ଗୋଷ୍ଠୀଗତ ନୃତ୍ୟ ପ୍ରତିଯୋଗିତାରେ ଆଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏମଡିଏମ କ୍ରାଫ୍ଟ ପ୍ରତିଯୋଗିତାରେ ଆଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ତପସ୍ୱିନି ପୋଲାଇ ଓ ଚଞ୍ଚଳା ପୋଲାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଗଞ୍ଜାମ ଜିଲ୍ଲାର ୩୩ ଜଣ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରି କୃତିତ୍ୱର ସହ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିମଧ୍ୟରୁ ୬ଟି ବିଭାଗରେ ହିଞ୍ଜିଳିକାଟୁ ବ୍ଳକର ସର୍ବାଧିକ ୧୩ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପୁରସ୍କୃତ ହେବା ପରେ ହିଞ୍ଜିଳିକାଟୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଓ ବିଡିଓ ସୁବ୍ରତ କୁମାର ଜେନା ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବା ପାଇଁ ଶୁଭାଶ୍ରୀବାଦ ଜଣାଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଏସ. ଗିରିଧରଙ୍କ ସୂତ୍ରରୁ ପ୍ରକାଶ ।

ad-week
Leave A Reply

Your email address will not be published.