ମହିଳାଙ୍କ ଆତ୍ମହତ୍ୟା…

add-all

ହିଞ୍ଜିଳିକାଟୁ : ସୋମବାର ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ସ୍କୁଲ ସାହିର ମଧୁ ବେହେରା (୫୨) । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୩୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ସୋମବାର ସକାଳେ କୌଣସି କଥାକୁ କେନ୍ଦ୍ର କରି ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ପ୍ରେମ ମହିଳା ଜଣଙ୍କ ୨ ପୁଅଙ୍କୁ ବାହାରକୁ ପଠାଇ ଘର ଭିତରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୨ ପୁଅ ଘରକୁ ଫେରି ମହିଳାଙ୍କୁ ଝୁଲନ୍ତା ଛପା ଅବସ୍ଥାରେ ଦେଖି ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ପ୍ରକାଶ ଥାଉକି, ମୃତ ମହିଳା ଜଣଙ୍କ ଗ୍ରାମର ଏକ ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରୁଥିଲେ ।

ad-week
Leave A Reply

Your email address will not be published.