ବୁଡୁ ପାତ୍ର ହତ୍ୟା ମାମଲା, ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ…

add-all

ଦୀର୍ଘ ୭ ବର୍ଷ ପରେ ପରିବାର କୁ ମିଳିଲା ନ୍ୟାୟ…

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁରେ ଘଟିଥିବା ବୁଡୁ ପାତ୍ର ହତ୍ୟା ମାମଲାରେ ଦଣ୍ଡାଦେଶ ଶୁଣାଇ ଛନ୍ତି କୋର୍ଟ। ସମସ୍ତ ୮ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ। 18 ସେପ୍ଟେମ୍ବର 2017ରେ ସଦର ଥାନା ଅନ୍ତର୍ଗତ ଆମ୍ବଗଡ ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ର କରି ବୁଡୁ ପାତ୍ରଙ୍କୁ ସେହି ଗାଁର ୮ ଜଣ ଅଭିଯୁକ୍ତ ସଂଘବଦ୍ଧ ଭାବେ ଖଣ୍ଡା, କାତି ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ସେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲରେ ଭର୍ତି କରିଥିଲେ। ଏହି ଘଟଣାରେ ତତ୍କାଳୀନ ସଦର ଥାନା ପୋଲିସ ଅଧିକାରୀ ତଥା ବର୍ତ୍ତମାନ ର ସଦର ଏଡିପିଓ ଶିବଶଙ୍କର ମହାପାତ୍ର ବିଭିନ୍ନ ସ୍ଥାନରୁ ୮ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତ ମାନେ ହେଲେ ଆର୍. ହରି ପାତ୍ର,ଆର. ଲୋକନାଥ ପାତ୍ର, ଏମ.ଦଣ୍ଡ ପାତ୍ର, କେ.ଭୀମ ପାତ୍ର, କେ. ବଇରୀ ପାତ୍ର, ଏନ. ସୋମେଶ ପାତ୍ର, ବି. ନଇ ପାତ୍ର ଓ ଆର୍ ଭାସ୍କର ପାତ୍ର। ମାମଲାର ଶୁଣାଣୀ ଏ ଡି ଜେ 1 ରେ ଚାଲୁଥିବା ବେଳେ 19 ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିଲା। ସାକ୍ଷୀଙ୍କ ବୟାନ ଭିତ୍ତି କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଥିବାରୁ ୮ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ପ୍ରଦାନ କରିଥିଲେ କୋର୍ଟ।

ad-week
Leave A Reply

Your email address will not be published.