
ଛତ୍ରପୁର : ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ପାଣିର ସୁବିଧା ପହଞ୍ଚାଇବା , ନଳକୂପ ମରାମତି ତଥା ଜଳ ବଞ୍ଚାଅ, ଜୀବନ ବଞ୍ଚାଅ ର ବାର୍ତ୍ତା ନେଇ ଛତ୍ରପୁର ବ୍ଲକ ପରିସରରୁ ଦୁଇଟି ବସୁଧା ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଯାହାଫଳରେ ଏହାକୁ ନେଇ କିଛି ଅସନ୍ତୋଷ ଦେଖାଦେଇଛି । ଛତ୍ରପୁର ବ୍ଲକ ଅଧ୍ୟକ୍ଷା , ଉପାଧ୍ୟକ୍ଷା ଏବଂ ବିଡିଓ ଥାଉ ଥାଉ ଏମାନଙ୍କ ଅନୁପସ୍ଥିତିରେ କିପରୀ ଏହି ଦୁଇଟି ରଥ କୁ ତରବରିଆ ଭାବେ ବ୍ଲକର ବଡବାବୁଙ୍କ ଦ୍ୱାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲ।। ଏହା କେତେ ଦୂର ଠିକ ଯଥାତ୍ ରହିଛି ବୋଲି ତାହା ସାଧାରଣ ରେ ଆଲୋଚନା ହୋଇଛି । ନା ପଛରେ କଣ ରହସ୍ୟ ରହିଛି ତାହା ସଠିକ୍ ଭାବେ ତଦାରଖ କଲେ ଜଣାପଡିବ ବୋଲି ମଧ୍ୟ ବହୁ ପଞ୍ଚାୟତ ପ୍ରତିନିଧି ମାନେ କହିଛନ୍ତି । ଏହି ରଥ ଦୁଇଟି ଶୁଭାରମ୍ଭ ହୋଇଥିବା ର ମଧ୍ୟ ବହୁ ଜନପ୍ରତିନିଧୀ ମାନେ ଜାଣି ନଥିବା ମଧ୍ୟ ସେମାନେ କହିଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କ ସହ ଯୋଗା ଯୋଗ କରିଥିବାରୁ ସନ୍ତୋଷଜନକ ଉତ୍ତର ମିଳି ନଥିଲା ।