ହନୁମାନ ମନ୍ଦିର ପ୍ରାଙ୍ଗଣରେ ସୁନ୍ଦରାକାଣ୍ଡ ପାରାୟଣ

add-all

ଛତ୍ରପୁର : ସ୍ଥାନୀୟ ମହାବୀରନଗର ଠାରେ ଥିବା ସଙ୍କଟ ମୋଚନ ମହାବୀର ହନୁମାନ ମନ୍ଦିର ପ୍ରାଙ୍ଗଣରେ ପବିତ୍ର କାର୍ତ୍ତିକ ମାସ ଅବସରରେ ସୁନ୍ଦରକାଣ୍ଡ ପାରାୟଣ ଚାଲିଥିବା ବେଳେ ମଙ୍ଗଳବାର ଛତ୍ରପୁର ବିଧାୟକ, ଏନଏସି ଉପାଧ୍ୟକ୍ଷ ଙ୍କ ସମେତ ବହୁ ଜନପ୍ରତିନିଧି ମାନେ ପରିଦର୍ଶନ କରି ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ l ଏହି ଅବସରରେ ମନ୍ଦିର କମିଟିର ମୁଖ୍ୟ ତଥା ଯୁବ ସଂଗଠକ ସି. ଏଚ. ଦୟାନନ୍ଦ ରେଡ୍ଡୀ (ଭାକୁର) ଙ୍କ ନେତୃତ୍ୱ ରେ ଏକ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ମନ୍ଦିର କମିଟି ପକ୍ଷରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲର ଡ଼ି. ଇନ୍ଦୁ, ବି. ନିଶ୍ଚଳା,ଏମ. ୱାଣୀ ସେନାପତି,ପ୍ରୀତିଛନ୍ଦା ସାମଲ,ମମତା ପାତ୍ର,ଦେବାଶିଷ ମିଶ୍ର ଓ କେ. ରମେଶ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି,ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଯୁବନେତା ଟିକିନା ଗୌଡ଼ ଓ ମିଟୁ ବେହେରା ଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା l ମନ୍ଦିର ଉନ୍ନତି ପାଇଁ ବିଧାୟକ ଙ୍କ ହାତପାଣ୍ଠିରୁ ଦୁଇଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା କହିଥିଲେ l

ad-week
Leave A Reply

Your email address will not be published.