ରାଜ୍ୟଗୁଡ଼ିକୁ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ…

add-all

rew

ଦେଶର ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସାଂଘାତିକ ସ୍ଥିତିରେ ରହିଛି। ଏହି ପ୍ରଦୂଷଣ ଗୋଟିଏ ରାଜନୀତିକ ଯୁଦ୍ଧର ରୂପ ନେବା ଉଚିତ ନୁହେଁ। ପ୍ରଦୂଷିତ ବାୟୁ ହେଉଛି ଲୋକଙ୍କ ସ୍ୱାସ୍ଥ୍ୟର ହତ୍ୟାକାରୀ। ପ୍ରତିବର୍ଷ ଶୀତ ଋତୁରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ନଡ଼ା ଜଳା ଯିବା ଯୋଗୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ୁଛି ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।

ରାଜ୍ୟ ସରକାରଗୁଡ଼ିକ ନଡ଼ା ଜଳିବା ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, “ଆମେ ଏହା ବନ୍ଦ ହେଉ ବୋଲି ଚାହୁଁଛୁ। ଆପଣମାନେ କେମିତି ନଡ଼ା ଜାଳିବା ଉପରେ ରୋକ ଲଗାଇବେ, ସେକଥା ଆମେ ଜାଣିନୁ। କାରଣ ଏହାକୁ ବନ୍ଦ କରିବା ଆପଣମାନଙ୍କର କାମ। ତୁରନ୍ତ ଏହାକୁ ରୋକିବା ପାଇଁ କିଛି ଗୋଟିଏ ପଦକ୍ଷେପ ନେବାର ଆବଶ୍ୟକ ରହିଛି।”

ବର୍ଦ୍ଧିତ ପ୍ରଦୂଷଣକୁ ନେଇ ଚାଲିଥିବା ଶୁଣାଣି ବେଳେ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ମଧ୍ୟ ତାଗିଦ କରିବାକୁ ଭୁଲି ନାହାନ୍ତି। କୋର୍ଟ କହିଛନ୍ତି, “ଦିଲ୍ଲୀ ସରକାର ମଧ୍ୟ ଦାୟିତ୍ୱବାନ ହେବା ଉଚିତ। ରାଜ୍ୟରେ ଅନେକ ବସ୍‌ ଚାଲୁଛି, ଯାହା ପ୍ରଦୂଷଣ ମାତ୍ରାକୁ ବୃଦ୍ଧି କରୁଛି। କିଛି ବସ୍‌ର ସିଟ୍‌ ମଧ୍ୟ ଫୁଲ ହେଉ ନାହିଁ। ତେଣୁ ଦିଲ୍ଲୀ ସରକାର ଏହି ସମସ୍ୟାର ସମାଧାନ କରନ୍ତୁ।”

ଜଷ୍ଟିସ ଏସ୍‌କେ କୌଲ ଓ ଜଷ୍ଟିସ ସୁଧାଂଶୁ ଧୂଲିଆଙ୍କ ଖଣ୍ଡପୀଠ ଏବେ ଶୁକ୍ରବାର ପୁଣି ଏହା ଉପରେ ଶୁଣାଣି କରିବେ। ‌ଉତ୍ତର ପ୍ରଦେଶ, ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ସହ ବୈଠକ କରି କେନ୍ଦ୍ର ସରକାର ନଡ଼ା ଜାଳିବା କାମ କେମିତି ବନ୍ଦ ହେବ, ତା’ର ବାଟ ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଗାଡ଼ିରୁ ନିର୍ଗତ ହେଉଥିବା ଧୂଆଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣର ଅନ୍ୟତମ କାରଣ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ବିଗତ କିଛି ଦିନ ହେଲେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ପହଞ୍ଚିଛି। ଦିଲ୍ଲୀର ଏକ୍ୟୁଆର ୪୦୦ ଉପରେ ରହିଛି। ଯାହା ସାଧାରଣ ବାୟୁ ଗୁଣବତ୍ତା ଠାରୁ ୪୦୦ ଗୁଣ ଅଧିକ।

ad-week
Leave A Reply

Your email address will not be published.