ପ୍ରିୟଙ୍କା ଗାନ୍ଧିଙ୍କୁ ଫୁଲ ବିହୀନ ତୋଡ଼ା ଉପହାର…

add-all

gg

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଫୁଲ ବିହୀନ ବୁକେ(ଫୁଲତୋଡ଼ା) ଉପହାର। ବୁକେରେ ଫୁଲ ନଥିବା ଦେଖି ହସକୁ ରୋକି ପାରିଲେନି ପ୍ରିୟଙ୍କା। ମଧ୍ୟ ପ୍ରଦେଶ ନିର୍ବାଚନୀ ରାଲିରେ ଏପରି ଏକ ବ୍ୟଙ୍ଗାତ୍ମକ ଘଟଣା ଦେଖିବାକୁ ମିଳିଛି।

ଆଗକୁ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜୋରସୋର ହେଉଛି ପ୍ରଚାର ପ୍ରସାର। ଏଥିପାଇଁ ଆଜି ଇନ୍ଦୋରରେ କଂଗ୍ରେସ ପକ୍ଷରୁ ଏକ ରାଲିର ଆୟୋଜନ କରାଯାଇଥିଲା। ଏଥିରେ ପ୍ରିୟଙ୍କା ଗାନ୍ଧି ଯୋଗ ଦେଇଥିଲେ। ଏହି ସମୟରେ ଏକ ହାସ୍ୟାସ୍ପଦ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ରାଲି ପରେ ଜନତାଙ୍କୁ ସମ୍ବୋଧିତ କରିବା ପାଇଁ ପ୍ରିୟଙ୍କା ଯେତେବେଳେ ମଞ୍ଚକୁ ଯାଇଥିଲେ, ସେତେବେଳେ ଜଣେ ଦଳୀୟ ନେତା ତାଙ୍କୁ ଏକ ଫୁଲତୋଡ଼ା ଉପହାର ଦେଇଥିଲେ। କିନ୍ତୁ ଫୁଲତୋଡ଼ାରେ କେବଳ ତୋଡ଼ା ଛଡ଼ା ଗୋଟିଏ ବି ଫୁଲ ନଥିଲା, ଯାହାକୁ ଦେଖି ଅନ୍ୟାମାନେ ହସିବା ସହ ପ୍ରିୟଙ୍କା ମଧ୍ୟ ନିଜ ହସକୁ ରୋକିପାରିନାହାନ୍ତି। କଂଗ୍ରେସ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ରାଲିର ସିଧା ପ୍ରସାରଣ କରାଯାଇଥିଲା।

ବିଜେପି ନେତା ରାକେଶ ତ୍ରିପାଠୀ ଏହି ବ୍ୟଙ୍ଗାତ୍ମକ ଭିଡିଓ ଶେଆର୍ କରିଛନ୍ତି। ଏକ୍ସ(ପୂର୍ବର ଟ୍ୱିଟର)ରେ ସେ ଏହି ଭିଡିଓ ଶେଆର୍ କରି ବ୍ୟଙ୍ଗାତ୍ମକ ଶୈଳୀରେ କହିଛନ୍ତି, “ଫୁଲତୋଡ଼ାରୁ ଫୁଲ ଗାଏବ, ଫୁଲତୋଡ଼ା ଘୋଟାଲା।”

ପ୍ରକାଶ ଥାଉ କି ଆସନ୍ତା ୧୭ ତାରିଖରେ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଡିସେମ୍ବର ୩ରେ ଫଳାଫଳ ପ୍ରକାଶ ପାଇବ। ଅନ୍ୟ ଚାରି ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ରହିଛି। ଆଜି ମିଜୋରାମ ଏବଂ ଛତିଶଗଡ଼ ପାଇଁ ଭୋଟିଂ ଚାଲିଛି।

ad-week
Leave A Reply

Your email address will not be published.