
ଫୁଲବାଣୀ : ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ଓଡିଶା ପକ୍ଷରୁ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରା, ଓ ବି ସି ସଭାପତି ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ମହା ମହିମ ରାଷ୍ଟ୍ରପତି,ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ କନ୍ଧମାଳ ଜିଲ୍ଲାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବହୁ ସଂଖ୍ୟାରେ ପ୍ରତ୍ୟେକ ବ୍ଳକର ସଦସ୍ଯ ମାନେ ପ୍ରତିବାଦ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ସ୍ମାରକ ପାତ୍ରରେ ଯାହା ଲିଖିତ ରହିଛି କନ୍ଧମାଳ ଜିଲ୍ଲାରୁ ଲୋକସଭାକୁ ଯେଉଁମାନେ ପ୍ରତିନିଧିତ୍ଵ କରୁଥିଲେ ବା ବର୍ତ୍ତମାନ କରୁଛନ୍ତି ସମସ୍ତ ଲୋକ ପ୍ରତିନିଧି ସଂସଦରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଫୁଲବାଣୀକୁ ରେଳପଥ ସଂଯୋଗ ନିମନ୍ତେ ଦାବି ଉପସ୍ଥାପନ କରିଅଛନ୍ତି । ବର୍ତ୍ତମାନ ସେହି ଦାବି କାର୍ଯ୍ୟକାରି ଭାରତ ସରକାର କରିବାକୁ ଯାଇ ଓଡିଶାର ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରୁ ସମ୍ବଲପୁର ରେଳପଥ ଭାୟା ଚକାପାଦ ଓ ମାଧପୁର ଖୋର୍ଦ୍ଧା ବଲାଙ୍ଗିର ରେଳପଥକୁ ସଂଯୋଗ କରୁଅଛି ଯାହାକି କନ୍ଧମାଳ ଜିଲ୍ଲା ବାସିଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବା କନ୍ଧମାଳ ଜିଲ୍ଲାବାସିଙ୍କ ପ୍ରତି ପ୍ରତାରଣା ସଦୃସ୍ୟ। ସାଧୁତା ପରେ ରେଳପଥ ସଂଯୋଗ ନିମନ୍ତେ ଅପେକ୍ଷା କରିଥିବା କନ୍ଧମାଳ ବାସୀଙ୍କ ପ୍ରତି କେନ୍ଦ୍ରସରକାରଙ୍କ ଏହି ନିଷ୍ପତି କନ୍ଧମାଳ ବାସୀଙ୍କ ମନରେ କୁଠାର ଘାତ କରିବା ସହିତ ଜନ ଆନ୍ଦୋଳନ କରିବାକୁ ଦାବି ହୋଇଛି । ଯଥାଶିଘ୍ର ଗୋପାଳପୁର ସମ୍ବଲପୁର ଭାୟା ଚକାପାଦ ମାଧପୁର ରେଳପଥ ସଂଯୋଗ ପରିବର୍ତ୍ତେ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ କିମ୍ବା ବ୍ରହ୍ମପୁର ଠାରୁ ବଲାଙ୍ଗିର ଭାୟା ଫୁଲବାଣୀ ରେଳପଥ ସଂଯୋଗ କରାଯାଇ କନ୍ଧମାଳ ବାସୀଙ୍କ ସ୍ଵାର୍ଥ ରକ୍ଷା କରାଯାଉ। ନଚେତ୍ ଯେଉଁ ଜନ ଆନ୍ଦୋଳନ ସୃଷ୍ଟି ହେବ ସେଥିପାଇଁ ଭାରତ ସରକାର ଦାୟି ରହିବେ ବୋଲି ସାମାଜିକ ସଂଗଠନ ଜାଗ୍ରତ କନ୍ଧମାଳ ପକ୍ଷରୁ ଚେତାବନୀ ଦିଆଯାଇଛି l