
ଫୁଲବାଣୀ : ବିଜୁ ଜନତା ଦଳ କନ୍ଧମାଳ ପକ୍ଷରୁ ଓଡ଼ିଶାର ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ମହେଶ୍ଵର ମହାନ୍ତିଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା l ପ୍ରକାଶ ଥାଉ କି ସେ ଜଣେ ଦକ୍ଷ ସଂଗଠକ ଥିଲେ ।ଗତ ୧୯୯୫ ମସିହାରୁ ମହେଶ୍ବର ମହାନ୍ତି
ପୁରୀରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇ ଆସିଥିଲେ । ତେବେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ସେ ବିଜେପି ଠାରୁ ପରାସ୍ତ ହୋଇଥିଲେ ।ବିଜେଡିକୁ ସେ ପୁରୀରେ ଏକ ଦୁର୍ଗରେ ପରିଣତ କରିଥିଲେ ତାଙ୍କ ସମୟରେ ।ପ୍ରଥମେ ସେ ଜନତା ଦଳରୁ ଜିତି ବିଧାୟକ ହୋଇଥିଲେ । ପରେ ସେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ । କିଛିଦିନ ତଳେ ତାଙ୍କର ଦେହ ସାମାନ୍ୟ ଅସୁସ୍ଥ ରହିଥିଲା । ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ଵମନ୍ତ୍ରୀ ଏବଂ ବିଧାନସଭାରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଥିଲେ ।ଉକ୍ତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ନଗର ସଭାପତି ବିମଳ ପାଢ଼ୀ ନଗର କାର୍ଯ୍ୟକାରୀ ସଭାପତି, ସୁଧୀର କହଁର ରାଜ୍ୟ ବିଜେଡ଼ି ସଂଖ୍ୟାଲଘୁ ନେତା ମହମ୍ମଦ ୟାସିନ ବେଗ ଫୁଲବାଣୀ ପୌରପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଛାତ୍ର ସଭାପତି ସୁନୀଲ ସେଠି ଯୋଜନା ବୋର୍ଡ ସହରାଞ୍ଚଳ ସଦସ୍ୟ ତଥା ୱାର୍ଡ ମେମ୍ବର ରାଜେନ୍ଦ୍ର ପାଢ଼ୀ, ୱାର୍ଡ ମେମ୍ବର ମାଧବୀ ମିଶ୍ର, ଟୁକୁନ୍ଦର ସେଠି ନଗର ଉପ ସଭାପତି ଇମାନୁଏଲ ରଥ ଯୁବ ବିଜେଡ଼ି ସମ୍ପାଦକ ଅନିରୁଦ୍ଧ ମୁଖି,ପ୍ରସନ୍ନ ବେହେରା ଛାତ୍ର ଉପ ସଭାପତି ପ୍ରବୀଣ ବେହେରା, ଦେବାଶିଷ ବେହେରା ଛାତ୍ର ଡିଜିଟାଲ ସେକ୍ରେଟାରୀ ବିଦ୍ୟାଧର ପ୍ରଧାନ ବରିଷ୍ଠ ବିଜେଡ଼ି କର୍ମୀ ପଞ୍ଚାନନ କହଁର, ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାର ସଦଗତି ପାଇଁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l