ତୈଳିକ ବୈଶ୍ୟ ସମାଜର ବୈଠକ ଅନୁଷ୍ଠିତ…

add-all

ଚିକିଟୀ : ଚିକିଟୀ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଗଜପତି ଜିଲ୍ଲା ମୋହନା ଠାରେ ପୂର୍ବରୁ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକ ରେ ଅନୁପସ୍ଥିତ ରହିଥିବା କିଛି ସମସ୍ୟାର ସମାଧାନ ନେଇ ଏକ ସମାଧାନିକ ବୈଠକ ଚିକିଟୀ ସ୍ଥିତ ଆଞ୍ଚଳିକ କୋଠଘର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ କେନ୍ଦ୍ରୀୟ ପରିଷଦ ଅନ୍ତର୍ଗତ ସମସ୍ତ ଗ୍ରାମ୍ୟ ପରିଷଦ ଓ ଆଞ୍ଚଳିକ ପରିଷଦ ର ନିଜ ନିଜ ଅଞ୍ଚଳରେ ରହିଥିବା 11 ଗୋଟି ସମସ୍ୟା ର ସମାଧାନ ହୋଇଥିଲା।ଦୁଇ ଗୋଟି ସମସ୍ୟା ଅମୀମାନସିତ ରହିଥିଲେ ମଧ୍ୟ ପ୍ରାୟ ସମସ୍ତ ସମସ୍ୟାର ସମାଧାନ ହୋଇଥିଲା।ଏହି ବୈଠକ ଦୀର୍ଘ 12 ଘଣ୍ଟା ଧରି ଚାଲିଥିବା ବେଳେ ଏଥିରେ କେନ୍ଦ୍ରୀୟ ପରିଷଦ ସଭାପତି ଶ୍ରୀ ଦଣ୍ଡାସି ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ନିର୍ବାଚନ ଅଧିକାରୀ ଧର୍ମା ସାହୁ, ଉପଦେଷ୍ଟା ଯୋଗୀ ସାହୁ,ଶରତ କୁମାର ସାହୁ,ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ତ୍ରିପତି ସାହୁ, ଅଫିସ ସମ୍ପାଦକ ବାବୁ ସାହୁ, ସଙ୍ଗଠନ ସମ୍ପାଦକ ନୀଳମଣି ସାହୁ,ମିଡ଼ିଆ ସମ୍ପାଦଜ ଅକ୍ଷୟ କୁମାର ସାହୁ, କଷାଧକ୍ଷ ଜିତେନ୍ଦ୍ର ସାହୁ, ଚିକିଟୀ ଆଞ୍ଚଳିକ କୃଷ୍ଣଚନ୍ଦ୍ର ସାହୁ, ପାଣ୍ଡିରି ଆଞ୍ଚଳିକ ଦଣ୍ଡ ସାହୁ, ସାନଖେମୁଣ୍ଡି ଆଞ୍ଚଳିକ ଚନ୍ଦ୍ର ଶେଖର ସାହୁ, ବଡ଼ଖେମୁଣ୍ଡି ଆଞ୍ଚଳିକ ଅଭିମନ୍ୟୁ ସାହୁ,ସୋରଡ଼ା ଆଞ୍ଚଳିକ ପୂର୍ଣଚନ୍ଦ୍ର ସାହୁ,ରାୟଗଡା ପଦ୍ମପୁର ଆଞ୍ଚଳିକ କାହ୍ନଉ ଚରଣ ସାହୁ, ଅର୍ଜୁନି ସାହୁ, ରଘୁନାଥ ସାହୁ, କୁଞ୍ଜ ବିହାରୀ ସାହୁ, ଅଭିମନ୍ୟୁ ସାହୁ, ସୁଶାନ୍ତ କୁମାର ସାହୁ, କୁରା ସାହୁ, ସମେତ ଶତାଧିକ କର୍ମକର୍ତ୍ତା ଓ ପ୍ରାଥମିକ ସଦସ୍ୟଙ୍କ ଉପସ୍ଥିତରେ ସମାଜର ଆରାଧ୍ୟ ଦେବତା କୁଳଗଙ୍ଗା ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଅତିଥିଙ୍କ ଆସନ ଗ୍ରହଣ ପରେ ସମସ୍ତଙ୍କୁ ପୁଷ ଗୁଛ ଦେଇ ସମ୍ମାନିତ କରାଯାଇଥିଲା |ପରେ ପରେ ସ୍ୱତନ୍ତ୍ର ବୈଠକ ପୁସ୍ତିକା ଓ ନୂତନ ନିର୍ବନ୍ଧ ଫର୍ମ କେନ୍ଦ୍ରୀୟ ପରିଷଦ ସଭାପତି ଓ ଦୁଇ ଉପଦେଷ୍ଟା ଉନ୍ନମଚନ କରିଥିଲେ|ସମସ୍ତଙ୍କ ସହଯୋଗ ରେ ସମାଧାନ ବୈଠକ ର ସଫଳ ରୂପାୟନ ହୋଇଥିଲା ।

ad-week
Leave A Reply

Your email address will not be published.