
ଦାରିଙ୍ଗବାଡ଼ି,: ୯/୧୧, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଧିନସ୍ତ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତ ବିଭାଗ ରାସ୍ତା ମହାଗୁଡି ଗ୍ରାମ ନିକଟ ଅଡାଧାର ବ୍ରିଜ ନିକଟରେ ଆଜି ସକାଳ ପ୍ରାୟ ୭ଘଣ୍ଟା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡିଥିବା ଖବର ହସ୍ତଗତ ହୋଇଛି। ହେଲେ ଡ୍ରାଇଭର ଜଣକ ଅଳ୍ପକେ ମରଣ ମୁହଁରୁ ବର୍ତ୍ତି ଯାଇଥିବା ଜଣାପଡିଛି। ଖବର ନେବାରୁ ଜଣା ପଡିଛିଯେ ସିମେଣ୍ଟ ବୋଝେଇ ଭାରତବେଞ୍ଜ ଟ୍ରକ ନଂ( ଓଡ଼ି ୦୮ଏମ ୪୩୫୪ ) କଣ୍ଟାମାଞ୍ଜି ରୁ ବ୍ରହ୍ମଣୀଗାଁ ଆସୁ ଥିଲା। ସିକରମା ଘାଟିରେ ବ୍ରେକ ଫେଲ କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣା ପଡ଼ିଛି। ଦୁର୍ଘଟଣା ଖବର ମହାଗୁଡି ଗ୍ରାମ ବାସୀ ଶୁଣି ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଉଦ୍ଧାର କରି ବ୍ରାହ୍ମଣୀଗାଁ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଥାନା ପକ୍ଷରୁ ଏସ ଆଇ ଅମରେନ୍ଦ୍ର ସୁବୁଦ୍ଧି ଓ ଏ ଏସାଇ ରମାକାନ୍ତ ସେଠି ପହଞ୍ଚି ତଦନ୍ତ ଜାରୀ ରଖିଥିବା ସୂଚନା ରହିଛି।