ପୁରି ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଓ ଚାରିଦ୍ବାର ଖଲିବା ଦାବି ନେଇ ଏକାଠି ହେଲେ ଯୁବ କଂଗ୍ରେସ…

add-all



ଟିକିରି : ପୁରୀ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ଏବଂ ଚାରିଦ୍ୱାର ଖୋଲିବା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ଟିକିରି ଜଗନ୍ନାଥ ମନ୍ଦିର ଠାରେ କାଶିପୁର ବ୍ଲକ ର ଯୁବ କଂଗ୍ରେସ ସଭାପତି ଏବଂ ରାୟଗଡ଼ା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସମେତ କଂଗ୍ରେସ ଦଳର ସମସ୍ତ କର୍ମ କର୍ତ୍ତା ଯୋଗଦେଇ ଶ୍ରୀ କ୍ଷେତ୍ର ପୁରୀ ମନ୍ଦିର ରତ୍ନ ଭଣ୍ଡାର ଓ ଚାରି ଦୁଆର ଖଲିବା ନେଇ ଆଜି ନାରା ବାଜି ଦେବା ସହ ଏକତ୍ରିତ ହଇଥିଲେ l ରୂପାନ୍ତରଣ କାର୍ଯ୍ୟକ୍ରମ ସରିବା ପରେ ରତ୍ନଭଣ୍ଡାର ଖୋଲାଯିବା ପାଇଁ ପୂର୍ବରୁ ଘୋଷଣା ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ରତ୍ନଭଣ୍ଡାର ଖୋଲି ଗଣତିପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦୁଇ ମାସର ମହଲତ ଦେଇଥିଲେ। ଏଥିସହ ମନ୍ଦିରପରିକ୍ରମା ପ୍ରକଳ୍ପ ଦୁଇ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରି ଭକ୍ତଙ୍କ ଦର୍ଶନର ସୁବିଧା ପାଇଁ ଚାରି ଦ୍ଵାରଖୋଲିବା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ରତ୍ନ ଭଣ୍ଡାର ଖୋଲିବା ଦାବିରେ ଆଗର ଜଗନ୍ନାଥ ସେନାପକ୍ଷରୁ ଓଡ଼ିଶା ବନ୍ଦ ଡାକରା ନିଷ୍ପତ୍ତି ହୋଇଥିଲା। ହେଲେ ପୁରୀ ଜିଲ୍ଲା ପ୍ରଶାସନ ଅନୁରୋଧରେ ଏହି ବନ୍ଦ ନିଷ୍ପଭି କରାଯାଇଥିଲା ଯଦି ରାଜ୍ୟ ସରକାର ଆଗାମୀ ଦିନରେ ରତ୍ନ ଭଣ୍ଡାର ଏବଂ ମନ୍ଦିର ଚାରି ଦୁଆର ଖଲିବା ବ୍ୟବସ୍ଥା ନ କରନ୍ତି ଅମେ ବାଧ୍ୟ ହୋଇ ରାଜ ରାସ୍ତା କୁ ଉଲ୍ଲାଇ ବାକୁ ବାଧ୍ୟ ହେବୁ ବୋଲି କାଶିପୁର ବ୍ଲକ ଯୁବ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆ ଯାଇଛି l

ad-week
Leave A Reply

Your email address will not be published.