ଜାତୀୟ ଆଇନ ସେବା ଦିବସ ପାଳିତ…

add-all

ଫୁଲବାଣୀ : ଜାତୀୟ ଆଇନ ସେବା ଦିବସ ପାଳନ ଉପଲକ୍ଷେ ଆଜି ଏକ ଶୋଭାଯାତ୍ରା ସିଭିଲ୍ କୋର୍ଟ ପରିସର ମଧ୍ୟରୁ ବାହାରି ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାକୁ ପାରିବାରିକ ଅଦାଲତ ବିଚାରପତି ଶ୍ରୀ ଦେବଦର୍ ଦାସ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ବାହାରିବା ସମୟରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍-ତଥା- ସ୍ଵତନ୍ତ୍ର ଭିଜିଲାନ୍ସ ଜଜ୍ ଶ୍ରୀ ସମର ବିଳାସ ବେହେରା, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀ ସୈକତ୍ ପାତ୍ର, ଅତିରିକ୍ତ ଜିଲ୍ଲା ଜଜ୍, ପୋସ୍କୋ ଆକ୍ଟ ଅଧିନରେ ଥୁବା ସ୍ଵତନ୍ତ୍ର କୋର୍ଟ ଶ୍ରୀ ସଞ୍ଜିତ କୁମାର ବେହେରା, ଆଡହକ୍ ଏ.ଡି.ଜେ. ଏଫ୍.ଟି.ଏସ୍.ସି. ଅନୀତା ସାହୁ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସୌମ୍ୟା ଶୁଭଦର୍ଶିନୀ, ସହକାରୀ ସେସନ୍ ଜଜ୍, ମହିଳା କୋର୍ଟ ବିଶ୍ଵ କଲ୍ୟାଣୀ ମିଶ୍ର, ରେଜିଷ୍ଟ୍ରାର, ସିଭିଲ କୋର୍ଟସ୍ –ତଥା- ଏ.ଏସ୍.ଜେ.-ତଥା-ପି.ଏମ୍.ଜେ.ଜେ.ବି. ନିତିସା ଚନ୍ଦକ୍, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୁକରଣ, କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶିଲା ରୟ,ଏସ୍.ଡି.ଜେ.ଏମ୍, ଫୁଲବାଣୀ ଶ୍ରୀ ଅର୍‌ଜିତ୍ ଦାସ, ଜେ.ଏମ୍.ଏଫ୍.ସି. ସୌମ୍ୟାଶ୍ରୀ ମହାପାତ୍ର ଓ ବିଜୟ କୁମାର ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା, ଜୟନ୍ତୀ ପାଣିଗ୍ରାହୀ, ବିଣାପାଣୀ ପ୍ରଧାନ, ନନ୍ଦିତା କୁମାରୀ, , ସଦାଶିବ ପାତ୍ର ଙ୍କ ସମେତ ଜିଲ୍ଲା ବାର ଆସୋସିଏସନ୍‌ର ଅନ୍ୟ ସଦସ୍ୟମାନେ,ପାରା ଲିଗାଲ ସ୍ଵେଚ୍ଛାସେବୀ ଯଥା ରମେଶ ଚନ୍ଦ୍ର ପ୍ରଧାନ, ମନୋଜ ଚୌଧୁରୀ, ନିର୍ମଳ ପାଣ୍ଡେ,ଶାନ୍ତି ପ୍ରିୟା କହଁର,ରୀତାଞ୍ଜଳୀ ବଗର୍ତ୍ତୀ, ଯଶବନ୍ତି ନାୟକ, ମନୋଜ ଦିଗାଲ, ଉମେଶ ଚନ୍ଦ୍ର ମାଝୀ, ଛାତ୍ର ଛାତ୍ରୀ ଓ ଶିକ୍ଷକ ସଂଜୀବ ପାଣିଗ୍ରାହୀ ଓ ଶିକ୍ଷୟିତ୍ରୀ, ସାମ୍ବାଦିକ ସୁଧୀର ମହାରଣା, ସୁନୀଲ ବିଶ୍ଵାଳ, ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପିଲାମାନେ ବିବାଦର ବିକଳ୍ପ ସମାଧାନ- ମଧ୍ୟସୁତା, ନିଃଶୁଳ୍କ ଆଇନ ସେବା ଏକ ବୈଦ୍ଧିକ ଅଧିକାର, ମକଦ୍ଦମା ଫଇସଲା ପାଇଁ ଲୋକ ଅଦାଲତର ଆଶ୍ରୟ ନିଅନ୍ତୁ, ଆଇନ ଦୃଷ୍ଟିରେ ସମସ୍ତେ ସମାନ,‘ ନ୍ୟାୟ ସଂଯୋଗ ” – ତ୍ବରିତ ଆଇନ ସେବା ପ୍ରାପ୍ତିର ସରଳ ମାଧ୍ୟମ ଇତ୍ୟାଦି ଲେଖାଥିବା ପ୍ଲା ଜାର୍ଡ ଧରିଥିଲେ ।

ad-week
Leave A Reply

Your email address will not be published.