ବେଗୁନିଆପଡାଠାରେ ସମାଜସେବୀକା ମୀରାବାଇଦେଓଙ୍କ ଦ୍ବାରା ମାଣ୍ଡିଆ ଦିବସ ପାଳିତ…

add-all

ବେଗୁନିଆପଡା : ନଭେମ୍ବର ୧୦ ବିଶ୍ବ ମାଣ୍ଡିଆ ଦିବସ । ଏହାର ପ୍ରଚାର ଓ ପ୍ରସାର ଓ ଜନସଚେତନତା ପାଇଁ ଓଡ଼ିଶା ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ବିଶ୍ଵ ମାଣ୍ଡିଆ ଦିବସ ପାଳନ କରାଯାଉଛି ।କବିସ୍ବର୍ଯ୍ୟନଗର ବିର୍ବାଚନ ମଣ୍ଡଳି ସ୍ଥିତ ବେଗୁନିଆପଡା ବ୍ଳକ ଠାରେ ସମାଜସେବୀକା ଓ ବିଜେପି ଘୁମୁସର ସାଂଗଠପିକ ଜିଲ୍ଲା ମହିଳା ସଭାନେତ୍ରୀ ମିରିବାଇ ଦେଓ ଙ୍କ ଦ୍ବାରା ମାଣ୍ଡିଆ ଦିବସ ପାଳନ କରାଯାଇଛି ।ଓଡ଼ିଶା ସରକାର ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ଯକୁ ଅଧିକରୁ ଅଧିକ ଲୋକପ୍ରିୟ କରିବା ପାଇଁ ୨୦୨୨ ମସିହା ମାର୍ଗଶିର ମାସ ପ୍ରଥମ ଗୁରୁବାର ( ନଭେମ୍ବର ୧୦) ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ ଆରମ୍ଭ କରିଥିଲେ। ‌ଚଳିତ ବର୍ଷ ମଧ୍ୟ ନଭେମ୍ବର ୧୦ କୁ ବେଗୁନିଆପଡା ବ୍ଳକ ସମେତ ସାରା ରାଜ୍ୟରେ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି ।ଏଥିରେ ମିଶନ ଶକ୍ତି ମହିଳା, ଅଙ୍ଗନବାଡ଼ି କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟମାନେ ବହୁ ସଂଖ୍ୟାରେ‌ ଯୋଗ ଦେଇଥିଲେ ।ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମାଣ୍ଡିଆ ପ୍ରସ୍ତୁତ ଚା, ନିମିକି, ଖିରୀ, ପକୁଡ଼ି, ପିଆଜି, ଗୁଲୁଗୁଲା, ଖୁରମା, ଵରା, କେକ୍ , ସେଉ, ପ୍ରଭୃତି ପ୍ରସ୍ତୁତ ଖାଦ୍ୟ ପ୍ରଦର୍ଶିତ କରାଯିବା ସହ ଅତିଥି ଏବଂ ଉପସ୍ଥିତ ଥିବା ସମସ୍ତଙ୍କୁ ଏହାର ସ୍ବାଦ ଚାଖିବା ପାଇଁ ବଣ୍ଟନ କରାଯାଇଥିଲା ।ଅତିଥି ମାନେ ଖାଦ୍ୟ ଖାଇ ପ୍ରଶଂସା କରିଥିଲେ ।

ad-week
Leave A Reply

Your email address will not be published.