ପ୍ରଶାସନର ଆଢୁଆଳରେ ଆସିକାରେ ଅନଲାଇନ ଜୁଆଖେଳ ବୃଦ୍ଧି !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଏକ କେନ୍ଦ୍ର ସ୍ଥଳି ଓ ପ୍ରମୁଖ ହେଉଛି ଆସିକା ସହର।ଏଠାରେ ଅନଲାଇନ ରେ ରେ ବର୍ଷ ସାରା ଜୁଆ ଖେଳ ହୁଏ। ଆଇପିଏଲ ହେଉ କି ଟ୍ୱେଣ୍ଟି ଟ୍ୱେଣ୍ଟି କିମ୍ବା ୱାନଡେ କ୍ରିକେଟ ରେ ଅନଲାଇନ ରେ ଲକ୍ଷ ଲକ୍ଷ ଟଙ୍କା ର ବାଜି ଲାଗ। ପୂର୍ବରୁ ଏଠାରେ ଆଇପିଏଲ ରେ ବ୍ୟାଟିଂ ଲାଗିବା ନେଇ ପୋଲିସ ପକ୍ଷରୁ ଚଢ଼ାଉ ହେବା ଓ ଗିରଫ ହେବା ର ନଜିର ରହିଛି। ଯେବେ ବି ଦେଶ ହେଉ କି ବିଦେଶ ରେ ଯେ କୌଣସି ଫୋରମାର୍ଟ ରେ କ୍ରିକେଟ ଖେଳ ହେଲେ ଆସିକା ରେ ଅନଲାଇନ ରେ ବାଜି ଲଗାଇ ଜୁଆ ଖେଳ ହୁଏ । ଆସିକା ଅଞ୍ଚଳ ର କିଛି ଯୁବକ ଏଥିରେ ଏଜେଣ୍ଟ ହୋଇ ଟଙ୍କା ଦେବା ନେବା ରେ ସମ୍ପୂର୍ଣ ସହଯୋଗ କରନ୍ତି। କିଏ ବିଜୟ ହେଉ କିଏ ପରାଜୟ ହେଉ ଉଭୟ ପକ୍ଷ ଙ୍କ ପକ୍ଷରୁ ସେମାନଙ୍କୁ କମିଶନ ମିଳେ।

ଏହି ଅନଲାଇନ ଜୁଆ ଖେଳ ରେ ବହୁ ଯୁବ ପୀଢ଼ି ସର୍ବସ୍ଵନ୍ତ ହେବାର ଓ ନିଜ ଜନ୍ମ ମାଟି ଛାଡ଼ି ଫେରାର ହେବାର ନଜିର ରହିଛି। ଏହି ସବୁ ଜୁଆ ଖେଳ ପାଇଁ ଦଲାଲ ମାନେ କିଛି ପୋଲିସ କର୍ମଚାରୀ ଙ୍କ ସମ୍ପର୍କ ରେ ରହି ଏହି ଅନଲାଇନ ଖେଳ କରୁଥିବା ଚର୍ଚ୍ଚା ହେଉଛି। ଏବେ ୱାର୍ଲଡ଼ କ୍ରିକେଟ ଟୁର୍ନାମେଣ୍ଟ ଚାଲୁଥିବା ଯୋଗୁଁ ସନ୍ଧ୍ୟା ହେଲେ ତାଲୁକା, ହାଟପଦା, ବସଷ୍ଟାଣ୍ଡ ଓ ହରିହର ହାଇସ୍କୁଲ ନିକଟରେ ମେଳି ବାନ୍ଧି ଯୁବକ ମାନେ ବାଜି ମାରିବା ଲୋକଙ୍କୁ ଯୋଗାଡ଼ କରୁଥିବା ନେଇ ଚର୍ଚ୍ଚା ହେଉଛି। ଏହି ଅନଲାଇନ ଜୁଆ ଉପରେ ରୋକ ନ ଲାଗିଲେ ଆସିକା ପୂର୍ବ ଭଳି ଅବସ୍ଥା କୁ ଚାଲିଯିବ ବୋଲି ସାଧାରଣ ରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.