ଯାହାଙ୍କ ନାମରେ ଦଳ ତାଙ୍କ ବେକରେ ନାହିଁ ଫୁଲମାଳ…..

add-all

ଏପଟେ ନେତାଙ୍କ ବେକରେ ମାଳମାଳ ଫୁଲମାଳ !
ବ୍ରହ୍ମପୁର : ଆଜି ବିଜୁ ଜନତା ଦଳ ପକ୍ଷରୁ ଆସିକା ହରିଡ଼ା ପଦର ପଞ୍ଚାୟତ ରେ ଜନ ସମ୍ପର୍କ ପଦଯାତ୍ରା ଚାଲିଥିଲା। ଏଠାରେ ଏକ ବିଜୁବାବୁଙ୍କ ନାମରେ ପାଠାଗାର ରହିଛି। ତା ସମ୍ମୁଖ ରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରହିଛି। ହେଲେ ଯାହାଙ୍କ ନାମରେ ଦଳ ହୋଇଛି,ତାଙ୍କ ବେକରେ ଖଣ୍ଡେ ଫୁଲ ମାଳ ନାହିଁ। ମାତ୍ର ନେତାଙ୍କ ବେକରେ ମାଳ ମାଳ ଫୁଲ ମାଳ ଦେଖିବାକୁ ମିଳିଛି। ଜନ ସମ୍ପର୍କ ପଦ ଯାତ୍ରା ନାମରେ ହଜାର ହଜାର ଟଙ୍କା ଖର୍ଚ୍ଚ ହୋଇ ଲୋକଙ୍କୁ ଖାଦ୍ୟ ବ୍ୟବସ୍ତା ହେଉଛି। ହେଲେ ଯାଙ୍କ ନାମରେ ଦଳ ଓ ଭୋଟ ମିଳୁଛି, ତାଙ୍କ ପ୍ରତି ଏହା ଅବମାନନା ନାହିଁକି ? ଭୋଟ ବେଳେ ନେତା ମାନେ ବିଜୁ ବାବୁ ଙ୍କ ନାଁ ରେ ନିର୍ବାଚନ ଲଢ଼ି ବୈତରଣୀ ପାର ହୁଅନ୍ତି। ଆଜି ହରିଡ଼ା ପଦର ଗ୍ରାମରେ ବିଜେଡ଼ି ପକ୍ଷରୁ ବାଜା ବାଜଣା ସହ ନେତାଙ୍କ ବେକରେ ଜଣେ ପରେ ଜଣେ ଫୁଲ ମାଳ ପ୍ରତିଯୋଗିତା ଭଳି ପକାଉଥିବା ଦେଖିବାକୁ ମିଳିଥିଲା। ଧନ୍ୟ ଏ ନେତାଙ୍କୁ ବୋଲି ଲୋକେ କୁହା କୁହି ହେଉଥିଲେ।

ad-week
Leave A Reply

Your email address will not be published.