ଖାଦ୍ୟ ପ୍ରଦାନରେ ଅନିୟମିତାକୁ ନେଇ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ ଅଭିଯୋଗ

add-all

ମାଲକାନଗିରି (୧୧।୧୧) : ମାଲକାନଗିରି ଜିଲ୍ଲାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବା ବେଳେ କୁନି କୁନି ପିଲାଙ୍କୁ ମୌଳିକ ଶିକ୍ଷା ଓ ସହ ମହିଳା ଏବଂ କୁନି କୁନି ପିଲାଙ୍କୁ ସୁଷମ ଖାଦ୍ୟ ପ୍ରଦାନ ନିମନ୍ତେ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଏହା ପ୍ରଦାନ କରିବା ସହ ପୃଷ୍ଟିକର ଖାଦ୍ଯ ଭାବେ ଅଣ୍ଡା, ଉତ୍ତମ ବିସ୍କୁଟ, ଛତୁ, ଏବଂ ବିଭିନ୍ନ ଖାଦ୍ୟ ପ୍ରଦାନ କରନ୍ତି । ତେବେ ଏହି ଯୋଜନାରେ ଅନିୟମିତତାକୁ ନେଇ ବର୍ତ୍ତମାନ ଏକ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର କାଲିମେଳା ବ୍ଲକ ମାନ୍ଦାପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍‌.ପି.ଭି-୭ ନଂ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ କୁନି କୁନି ପିଲାଙ୍କୁ ଖାଦ୍ୟ ପ୍ରଦାନରେ ଅନିୟମିତତା ସହ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ଏ ସଂକ୍ରାତରେରେ ପଚାରିବାରୁ ସେଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ମଧ୍ୟ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଶାରେ ଗର୍ଭବତୀ ମହିଳା ଓ ପ୍ରସ୍ତୁତିମାନଙ୍କ ପାଇଁ ସରକାର ବ୍ୟବସ୍ଥା ଅନୁଯାଇଁ ମାସକୁ ୧୨ଟି ଅଣ୍ଡା ଦେବାର ସରକାରୀ ନିୟମ ରହିଛି କିନ୍ତୁ ୧୨ଟି ଅଣ୍ଡା ବଦଳରେ ସେମାନଙ୍କୁ ୧୦ ଟି ଅଣ୍ଡା ଦିଆଯାଉଛି, ସେହିପରି ଗତ ଗୁରୁବାର ଦିନ ଅଙ୍ଗନୱାଡ଼ି କେନ୍ଦ୍ରରେ ଛାତ୍ର ଛାତ୍ରୀ ମାନଙ୍କୁ ଅଣ୍ଡା ପ୍ରଦାନ କରି ନଥିବା ନେଇଁ ଅବିଭାବକମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଗର୍ଭବତୀ ମହିଳାମାନଙ୍କର ସନ୍ତନ ପ୍ରସବ ହୋଇଥିବା ସମୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଯେଉ ଟଙ୍କା ମିଳୁଛି ସେହି ଟଙ୍କା ଆଜକୁ ପ୍ରାୟ ପାଞ୍ଚ ବର୍ଷ ହେଲା ଏପଯ୍ଯନ୍ତ ଟଙ୍କା ମିଳି ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ତେବେ ଏହାକୁ ନେଇ ଗ୍ରାମବାସୀ ଅଙ୍ଗନବାଡି କର୍ମୀଙ୍କୁ ପଚାରିବାରୁ ସେ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅଙ୍ଗନବାଡି କେନ୍ଦ୍ରରେ ତାଲା ଦେଇ କର୍ମୀ ଜଣଙ୍କ ସେଠାରୁ ଚାଲି ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଏପରି ଅନିୟମିତତା ଓ ଖରାପ ବ୍ୟବାହରକୁ ନେଇ ତୁରନ୍ତ ଉକ୍ତ ଅଙ୍ଗନବାଡି କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.