ସମବାୟ ସପ୍ତାହ ପାଳନ ଉପଲକ୍ଷେରେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତି ଯୋଗିତା ଅନୁଷ୍ଠିତ…

add-all

ମାଲକାନଗିରି, ୧୩।୧୧ ଆସନ୍ତା ନଭେମ୍ବର ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟାନ୍ତ ସମବାୟ ସପ୍ତାହ ପାଳନ ଉପଲକ୍ଷେ ସମବାୟ ନିବନ୍ଧକ, ମାଲକାନଗିରି ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛିା ଏହି ପ୍ରତିଯୋଗିତାରେ ଅଷ୍ଟମ ଶ୍ରେଣୀରୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ୧୦ ଶ୍ରେଣୀ ନିମନ୍ତେ କନିଷ୍ଠ ଓ ଯୁକ୍ତ ଦୁଇରୁ ତଦୁର୍ଧ ଛାତ୍ରଛାତ୍ରୀଙ୍କ ନିମନ୍ତେ ବରିଷ୍ଠ ବର୍ଗରେ ସାମିଲ କରଯାଇଥିଲା। ଏହି ପ୍ରତିଯୋଗିତାରେ କନିଷ୍ଠ ବର୍ଗରେ ଓଡିଶାର କୃଷି ଓ କୃଷକର ଉନ୍ନତିରେ ସମବାୟ ସମିତିର ଭୁମିକା ସମ୍ବନ୍ଧୀୟ ରଚନା ଓ ଗ୍ରାମାଂଚଳ ବିକାଶରେ ସମବାୟ ସମିତିର ଭୁମିକା ଉପରେ ବକ୍ତୃତା ପ୍ରତିଯୋଗିତା ହୋଇଥିବା ବେଳେ ବରିଷ୍ଠ ବର୍ଗ ନିମନ୍ତେ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ସମବାୟର ଭୁମିକା ସମ୍ବନ୍ଧୀୟ ରଚନା ଏବଂ ଓଡିଶା ସମବାୟ ଆନ୍ଦୋଳନର ଅତୀତ ଓ ବର୍ତମାନ ସମ୍ବନ୍ଧୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛିା ତେବେ ଏହି ପ୍ରତିଯୋଗିତା ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ସମବାୟ ସହକାରୀ ନବନ୍ଧକ ବିକାଶ ନାୟକ ଓ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ଗୁରୁଚରଣ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

ad-week
Leave A Reply

Your email address will not be published.