ସମବାୟ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ

ଛତ୍ରପୁର ; ଓଡିଶା ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ୨୦୨୩ ପାଳନ ଅବସରରେ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମବାୟ ବିଭାଗର ୩ ଟି ସଚେତନତା ରଥକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ରଥ ଗୁଡିକ ଆଜି ଠାରୁ ସପ୍ତାହ ବ୍ୟାପୀ ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନର ଉପଖଣ୍ଡ ଅଂଚଳର ବିଭିନ୍ନ ସ୍ଥାନ ବୁଲି ସମବାୟ ଦ୍ୱାରା ମିଳୁଥିବା ସୁବିଧା ସୁଯୋଗକୁ କିପରି ଲୋକେ ସଠିକ୍ ଭାବେ ପାଇପାରିବେ ଓ ଜାଣୀପାରିବେ ସେ ନେଇ ସଚେତନ କରିବ । ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର ଛତ୍ରପୁର ସହକାରୀ ନିବନ୍ଧକ ଯୋଗମାୟା ସାବତ, ବ୍ରହ୍ମପୁର ସହକାରୀ ନିବନ୍ଧକ ପର୍ଶୁରାମ ପାତ୍ର, ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ବିନାୟକ ବିଶ୍ୱାଳ, ଦିଗପହଣ୍ଡି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଅରୁଣ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.