ଶିଶୁଦିବସପାଳନ ଏବଂ ନଗରରେ ଘୋଷ ସଞ୍ଚଳନ…

add-all

ଛତ୍ରପୁର : ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସର ରେ ଶିଶୁ ଦିବସ ପାଳନ ସହିତ ନଗରରେ ଘୋଷବାଦ୍ୟ ସହିତ ସଞ୍ଚଳନ ଅନୁଷ୍ଠିତ ହୋଇଥିଲା। ଆଜି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପ୍ରଧାନାଚାର୍ଯ୍ଯ ଶ୍ରୀ ରବୀନ୍ଦ୍ରନାଥ ଦାଶ ତାଙ୍କ ଜୀବନୀ କଥନ କରିଥିଲେ। ଆଚାର୍ଯ୍ଯ ଶ୍ରୀ କୈଳାସ ଚନ୍ଦ୍ର ଶତପଥି ଶିଶୁ ଦିବସ ପାଳନର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଶିଶୁ ଦିବସ ଅବସରରେ ସ୍ଥାନୀୟ ସହରର ଘୋଷଯାତ୍ରାରେ ସହିତ ଏନସିସି,ସ୍କାଉଟ ଓ ଗାଇଡସ ପିଲାମାନଙ୍କ ସହିତ ଆଚାର୍ଯ୍ଯ ଶ୍ରୀ ମନୋରଞ୍ଜନ ଦାଶ, ଅମିତ୍ ତ୍ରିପାଠୀ,ସ୍କାଉଟ ମାଷ୍ଟର ଶିବ ପ୍ରସାଦ ପଟ୍ଟନାୟକ, ଏନସିସି ମାଷ୍ଟର ଡି ଗଣେଶ ରେଡି ଓ ଗାଇଡସ୍ ଆଚାର୍ଯ୍ଯା ମମତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଥିଲେ।

ad-week
Leave A Reply

Your email address will not be published.