ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା…

add-all

1-24

ଖୋର୍ଦ୍ଧା : ସ୍ବାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ। ମୃତକ ଜଣକ ହେଲେ ଅନିନ୍ଦିତା ସୁବୁଦ୍ଧି। ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧା ମେଡିକାଲରେ ମୃତଦେହ ବ୍ୟବେଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏପଟେ ମାତାପିତାଙ୍କ ମୃତ୍ୟୁରେ ଦୁଇ ନାବାଳିକା ଝିଅ ଅନାଥ ହୋଇଯାଇଛନ୍ତି। ଦୁଇ ଝିଅଙ୍କ ଭରଣପୋଷଣ, ପାଠପଢା ଏବେ ସମୟ ଡୋରିରେ ବନ୍ଧା ପଡିଛି।
ସୂଚନାଯୋଗ୍ୟ, ଦିପାବଳୀ ଦିନ ସାରେ ଅଜଣା ଗାଡି ଧକ୍କାରେ ସ୍ବାମୀ ଗୋକୁଳ ଚନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ଭାଙ୍ଗି ପଡ଼ିଥିଲେ ସ୍ତ୍ରୀ। ସୋମବାର ବିଳମ୍ବିତ ରାତିରେ ସ୍ତ୍ରୀ ଅସହାୟ ହୋଇ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏନେଇ ପରିବାର ଲୋକେ ସୂଚନା ଦେଇଛନ୍ତି।
ରାଜସୁନାଖଳାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ରାଜପଥରେ NH କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆମ୍ବୁଲାନ୍ସ ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ଭୁବନେଶ୍ବର ଏମ୍ସ ନେବାରେ ବିଳମ୍ବ ଘଟିଲା। ଫଳରେ ଗୋକୁଳଙ୍କ ଜୀବନ ଚାଲିଗଲା ବୋଲି ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.